ଓଡିଶା

odisha

ETV Bharat / state

ଝାରସୁଗୁଡାରେ ହେବ ୧୧୦ ଶଯ୍ୟା ବିଶିଷ୍ଟ ଏକ ସ୍ବତନ୍ତ୍ର କୋଭିଡ-୧୯ ହସପିଟାଲ - ସ୍ବତନ୍ତ୍ର କୋଭିଡ-୧୯ ହସପିଟାଲ

ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ 110 ଶଯ୍ୟା ବିଶିଷ୍ଟ ଏକ ସ୍ବତନ୍ତ୍ର କୋଭିଡ-19 ହସପିଟାଲ ପାଇଁ ନିଷ୍ପତ୍ତି । ଅଧିକ ପଢନ୍ତୁ ...

ଝାରସୁଗୁଡାରେ ହେବ ୧୧୦ ଶଯ୍ୟା ବିଶିଷ୍ଟ ଏକ ସ୍ବତନ୍ତ୍ର କୋଭିଡ-୧୯ ହସପିଟାଲ
Jharsuguda to have 110-bed special Covid-16 hospital

By

Published : Apr 19, 2020, 1:23 AM IST

ଝାରସୁଗୁଡା: ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବଜାର ସ୍ଥିତ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେଥିପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ଆଗାମୀ ୨୨ ତାରିଖ ସୁଦ୍ଧା ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୧୦ ଶଯ୍ୟା ବିଶିଷ୍ଟ ଏକ ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ ଲୋକାର୍ପଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Jharsuguda to have 110-bed special Covid-16 hospital

ଝାରସୁଗୁଡା ମଙ୍ଗଳ ବଜାର ଠାରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ପୁରାତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେବ 110 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ । 110 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଚଳାଇବାକୁ ହାଇଟେକ ହସ୍ପିଟାଲ ସହ ଏମଓୟୁ କରିଛି ଜିଲ୍ଲା ପ୍ରଶାସନ। ଜିଲ୍ଲା ଖଣିଜ ପାଣ୍ଠି ଓ ବେଦାନ୍ତ ସହାୟତାରେ ହେବାକୁ ଥିବା କୋଭିଡ ହସ୍ପିଟାଲରେ ସମସ୍ତ ଆନୁସଙ୍ଗିକ ଯନ୍ତ୍ରାଂଶ ସହ 10ଟି ଆଇସିୟୁର ବ୍ୟବସ୍ଥା କରାଯାଉଛି।

ଗତ ସୋମବାର ସଂଧ୍ୟାରେ ଜିଲ୍ଲାପାଳ ସରୋଜ ସାମଲ ଓ ହାଇଟେକ ଗ୍ରୁପର ସିଇଓ ଜ୍ୟୋତିର୍ମୟ ପଣ୍ଡା ଓ ଜିଲ୍ଲା ଖଣିଜ ପାଣ୍ଠିର ସିଇଓଙ୍କ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଚୁକ୍ତି ଅନୁସାରେ ହାଇଟେକ ଗ୍ରୁପ ପକ୍ଷରୁ ସମସ୍ତ ଚିକିତ୍ସା ବ୍ୟବସ୍ଥା କରାଯିବ। ଏଥିପାଇଁ ତ୍ରିସ୍ତରୀୟ ଚିକିତ୍ସା ସୁବିଧା କୋଭିଡ ହସ୍ପିଟାଲରେ ରହିବ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details