ଝାରସୁଗୁଡା: ବହୁ ଚର୍ଚ୍ଚିତ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ଘଟଣା । ଏହି ଘଟଣାର ତଦନ୍ତ ନେଇ ବୁର୍ଲା ୱାନ ଆର କଲୋନୀରେ ଝାରସୁଗୁଡା ପୋଲିସ । ଅଭିଯୁକ୍ତକୁ ନେଇ ସିନ୍ ରିକ୍ରିଏସନ କରିଛି ଝାରସୁଗୁଡା ପୋଲିସ । ତେବେ ସୂଚନା ଅନୁଯାୟୀ ଆଜି ଝାରସୁଗୁଡା ପୋଲିସ ୱାନ ଆର କଲୋନୀର ଗଣେଶ ନାଏକ ଘରକୁ ଆସି ସିନ ରିକ୍ରିଏସନ କରିଛି । ଘଟଣା ଦିନ ବୁର୍ଲା ଗଣେଷଙ୍କ ଘରକୁ ଦୁଇ ଅଭିଯୁକ୍ତ ସମର୍ଥକୁ ନେଇ ପହଞ୍ଚି ଥିଲେ ।
ଗଣେଶ ତାଙ୍କ ଘରର ଉପର ମହଲାର ଏକ ରୁମ୍ରେ 2 ଅଭିଯୁକ୍ତ ଗୋଟିଏ ରାତି ରହିଥିଲେ । ପରେ ସମର୍ଥଙ୍କୁ ସେଠାରେ ଛାଡି ବୁର୍ଲା ମେଟାକାନି ରେଷ୍ଟୁରାଣ୍ଟକୁ ଗଣେଷ ନାଏକଙ୍କ ସହ ଖାଇବା ନେବାକୁ ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମା ଯାଇଥିଲା । ରେଷ୍ଟୁରାଣ୍ଟରୁ ଖାଇବା ନେଇ ପୁଣି ୱାନ୍ ଆର କଲୋନୀକୁ ଫେରି ଯାଇଥିଲେ 2 ଅଭିଯୁକ୍ତ । ଗୋଟିଏ ରାତି ଏଠାରେ ରହିଲା ପରେ ବଡି ଭୋରରୁ ସେମାନେ ବରଗଡ଼ ଅଭିମୁଖେ ଚାଲି ଯାଇଥିଲେ । ଏହି ତମାମ ଘଟଣାର ସିନ୍ ରିକ୍ରିଏସନ୍ କରିଛି ଝାରସୁଗୁଡା ପୋଲିସ । ଏହାସହ ମେଟାକାନି ରେଷ୍ଟୁରାଣ୍ଟର ସିସିଟିଭି ଭିଜୁଆଲ ମଧ୍ୟ ପୋଲିସ ଜବତ କରିଥିବା ସୂଚନା ରହିଛି ।
ଅଧିକ ପଢ଼ନ୍ତୁ: କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅଘଟଣ, ଅମ୍ପାୟାରକୁ ବଞ୍ଚାଇବାକୁ ଯାଇ ଛୁରାମାଡ଼ରେ ଆୟୋଜକଙ୍କ ମୃତ୍ୟୁ