ଓଡିଶା

odisha

ETV Bharat / state

ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା: ଟୁଟୁ ନାୟକଙ୍କ ଗିରଫ ଦାବି କଲା ଝାରସୁଗୁଡ଼ା ପ୍ରେସ କ୍ଲବ୍‌ - ମହିଳା ସାମ୍ବାଦିକାଙ୍କୁ ଟୁଟୁ ନାୟକଙ୍କ ମାଡ଼

ଇଟିଭି ଭାରତ ମହିଳା ସାମ୍ବାଦିକାଙ୍କୁ ଓଡ଼ିଆ ସିନେ ପ୍ରଯୋଜକ ଟୁଟୁ ନାୟକଙ୍କ ମାଡ଼ ମାରିବା ଘଟଣା । ଟୁଟୁ ନାୟକଙ୍କ ଗିରଫ ଦାବିରେ ଝାରସୁଗୁଡ଼ା ସାମ୍ବାଦିକ ସଙ୍ଘ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାର ଏସ୍‌ପିଙ୍କୁ ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ

ଟୁଟୁ ନାୟକଙ୍କ ଗିରଫ ଦାବି କଲା ଝାରସୁଗୁଡ଼ା ପ୍ରେସ କ୍ଲବ୍‌
ଟୁଟୁ ନାୟକଙ୍କ ଗିରଫ ଦାବି କଲା ଝାରସୁଗୁଡ଼ା ପ୍ରେସ କ୍ଲବ୍‌

By ETV Bharat Odisha Team

Published : Nov 3, 2023, 10:42 PM IST

ଟୁଟୁ ନାୟକଙ୍କ ଗିରଫ ଦାବି କଲା ଝାରସୁଗୁଡ଼ା ପ୍ରେସ କ୍ଲବ୍‌

ଝାରସୁଗୁଡ଼ା: ପୁଣି ବିବାଦରେ ଓଡ଼ିଆ ସିନେ ପ୍ରଯୋଜକ ଟୁଟୁ ନାୟକ । କାଷ୍ଟିଂ କାଉଚ୍‌ ପରେ ଏବେ ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା । ଆଜି ଯେଉଁଭଳି ଭାବେ ଜଣେ କାର୍ଯ୍ୟରତ ମହିଳା ସାମ୍ବାଦିକାଙ୍କୁ ସେ ଦୁର୍ବ୍ୟବହାର କରିଛନ୍ତି, ଏହାକୁ ସାରା ରାଜ୍ୟରେ ନିନ୍ଦା କରାଯାଇଛି । ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋଧରେ ଆଗରୁ ମଧ୍ୟ ଅନେକ କଳା କାରାନାମା ରହିଥିବା ନଜିର ରହିଛି । ହେଲେ ସେ ସବୁର ସୀମା ଟପି ସେ ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ଇଟିଭି ଭାରତର ମହିଳା ସାମ୍ବାଦିକାଙ୍କୁ ଚାପୁଡା ମାରିଥିବା ଅଭିଯୋଗ ହୋଇଛି । ଯାହାକୁ ରାଜ୍ୟବ୍ୟାପୀ ସାମ୍ବାଦିକ ସଙ୍ଘ ମଧ୍ୟ ଖୁବ ବିରୋଧ କରିଥିବା ଦେଖିବାକୁ ମିଳିଛି । ସେପଟେ ଟୁଟୁ ନାୟକଙ୍କ ଗିରଫ ଦାବିରେ ଝାରସୁଗୁଡ଼ା ସାମ୍ବାଦିକ ସଙ୍ଘ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାର ଏସ୍‌ପିଙ୍କୁ ପ୍ରଦାନ କରାଯାଇଛି ।

ସୂଚନା ଅନୁସାରେ, ଭୁବନେଶ୍ବରରେ ଏକ ସିନେମା ହଲକୁ ଖବର ସଂଗ୍ରହ ପାଇଁ ଯାଇଥିଲେ ଇଟିଭି ଭାରତ ସାମ୍ବାଦିକା ଦେବସ୍ମିତା ରାଉତ । ସାମ୍ବାଦିକା ଜଣକ ଛିଡ଼ା ହୋଇଥିବାବେଳେ ପଛପଟୁ ଆସି ତାଙ୍କୁ ଜୋରରେ ମାଡ଼ ମାରିଛନ୍ତି ପ୍ରଯୋଜକ ଟୁଟୁ ନାୟକ । ଏନେଇ ଖାରବେଳ ନଗର ଥାନାରେ ମାମଲା ଦାୟର ହୋଇଛି । ପ୍ରଯୋଜକ ଟୁଟୁ ନାୟକଙ୍କ ନାଁରେ ପୂର୍ବରୁ କାଷ୍ଟିଂ କାଉଚ ଅଭିଯୋଗ ରହିଥିଲା । ଏପରିକି ଓଲିଉଡ ବିବାଦରେ ମଧ୍ୟ ବର୍ତ୍ତମାନ ଛନ୍ଦି ହୋଇପଡିଛନ୍ତି ଟୁଟୁ ନାୟକ । ସେପଟେ ସର୍ବସମ୍ମୁଖରେ ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ପରେ ପୁଣି ଟୁଟୁଙ୍କ ଅଡୁଆ ବଢିଛି । ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକାଙ୍କୁ ମାଡ଼ ମାରିବା ସହ ସଞ୍ଜୟ ନାୟକ ଖରାପ ଭାଷା ପ୍ରୟୋଗ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଯାହାକୁ ନେଇ ଟୁଟୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକା ।

ଏହା ମଧ୍ୟ ପଢ଼ନ୍ତୁ...Etv Bharat କାର୍ଯ୍ୟରତ ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ସର୍ବସମ୍ମୁଖରେ ମାଡ ମାରିଲେ ଟୁଟୁ ନାୟକ

ଏନେଇ ସେ ଖାରବେଳ ନଗର ଥାନାର ଦ୍ବାରସ୍ଥ ହୋଇଥିବା ଜଣାପଡିଛି । ସେପଟେ ଏହି ଅଭିଯୋଗରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଟୁଟୁ ନାୟକ ଥଟ୍ଟାରେ ଏପରି କରିଥିବା କହିଛନ୍ତି । ସମସ୍ତଙ୍କ ସାମ୍ନାରେ ହାତ ଉଠାଇ ଏପରି ମାଡ଼ ମାରିଥିବାରୁ ଭାଙ୍ଗି ପଡିଥିବା ନେଇ କହିଛନ୍ତି ସାମ୍ବାଦିକା । ଜଣେ ମହିଳାଙ୍କ ଉପରେ ଏପରି ହାତ ଉଠାଇବା ଏବଂ ସର୍ବସମ୍ମୁଖରେ ଟୁଟୁ ନାୟକଙ୍କ ଏଭଳି ଆଚରଣକୁ ନିନ୍ଦା କରାଯାଇଛି । ସେପଟେ ଯଥାଶୀଘ୍ର ଟୁଟୁ ନାୟକଙ୍କ ଗିରଫ ଦାବି କରିଛି ଝାରସୁଗୁଡ଼ା ସାମ୍ବାଦିକ ସଙ୍ଘ । ଏନେଇ ଝାରସୁଗୁଡ଼ା ସାମ୍ବାଦିକମାନଙ୍କ ସହ ଆଲୋଚନା କରିଛନ୍ତି ଆମ ଝାରସୁଗୁଡ଼ା ପ୍ରତିନିଧି ଗୁରୁଚରଣ ବାଘ ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details