ଝାରସୁଗୁଡ଼ା: କୋରୋନା ମୁକାବିଲା ପାଇଁ ସରକାର ଦେଶବ୍ୟାପୀ ଲକଡାଉନ କରିଥିଲେ । ଯାହାକୁ କିଛି ଲୋକ ଅନୁସରଣ କରୁଥିବା ବେଳେ କିଛି ଲୋକ ଏହାକୁ ଫୁ କରି ଉଡ଼େଇଦେଇଛନ୍ତି । ସେଥିପାଇଁ ଝାରସୁଗୁଡ଼ା ଜିଲ୍ଲାରେ ଲକଡାଉନକୁ ପୋଲିସ ଅଧିକ କଡ଼ାକଡ଼ି କରିବା ସହ ସହରରେ ଯାତାୟତ କରୁଥିବା ବାଇକ ଆରୋହୀଙ୍କୁ ସାବାଡ଼ କରିବା ପାଇଁ ସେମାନଙ୍କଠାରୁ ବାଇକ ଜବତ କରଛି ।
ଝାରସୁଗୁଡ଼ାରେ ଲକଡାଉନକୁ କଡାକଡି, ଶତାଧିକ ବାଇକ ଜବତ - କୋରୋନା ମୁକାବିଲା
ଦେଶବ୍ୟାପୀ ଲକଡାଉନକୁ କିଛି ଲୋକ ଅନୁସରଣ କରୁଥିବା ବେଳେ କିଛି ଲୋକ ଏହାକୁ ଫୁ କରିଛନ୍ତି । ସେଥିପାଇଁ ଝାରସୁଗୁଡ଼ା ଜିଲ୍ଲାରେ କଡାକଡି ହୋଇଛି ସୁରକ୍ଷା । ଜବତ ହୋଇଛି ଶତାଧିକ ଅମାନିଆ ଗା଼ଡି ଚାଳକଙ୍କ ବାଇକ । ଅଧିକ ପଢନ୍ତୁ...
ଝାରସୁଗୁଡ଼ାରେ ଲକଡାଉନକୁ କଡାକଡି, ଶତାଧିକ ବାଇକକୁ ଜବତ କଲା ପୋଲିସ
ସକାଳ 6ଟାରୁ 10ଟା ପର୍ଯ୍ୟନ୍ତ ପନିପରିବା ଓ ଗ୍ରୋସରି ଦୋକାନ ଖୋଲାଥିବା ବେଳେ ଲୋକମାନେ ଜରୁରୀକାଳୀନ କାମ ବାହାନା କରି ରାସ୍ତାରେ ବୁଲୁଥିବା ବେଳେ ପୋଲିସ ଶତାଧିକ ବାଇକକୁ ଜବତ କରିଛି ।
ଝାରସୁଗୁଡ଼ାରୁ ରବି ନାରାଯଣ ସାହୁ, ଇଟିଭି ଭାରତ