ଝାରସୁଗୁଡା: ଆକ୍ସନମୋଡରେ ଝାରସୁଗୁଡା ପୋଲିସ । ଏନକାଉଣ୍ଟରରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷର ଘନିଷ୍ଠ ସହଯୋଗୀ ବିନୋଦ ପ୍ରସାଦ ଓରଫ ଜାଜୁ । ଡାହାଣ ଗୋଡ଼ରେ ବାଜିଛି ଗୁଳି । ଜାଜୁ ନାଁରେ ପ୍ରାୟ 20ରୁ ଅଧିକ ମାମଲା ରହିଥିବାବେଳେ ତା’ ପାଖରୁ ଗୋଟିଏ ବନ୍ଧୁକ ଓ ବାଇକ ଜବତ ହୋଇଛି।
ଶୁକ୍ରବାର ରାତିରେ ଜାଜୁ ବାଇକରେ ବୁଲୁଥିବାବେଳେ ହଠାତ ପୋଲିସକୁ ଦେଖି ଗୁଳି ଚାଳନା କରିଥିଲା । ତାକୁ ଜବାବ ଦେବାକୁ ଯାଇ ଏନକାଉଣ୍ଟର କରିଥିଲା ପୋଲିସ। ଦୁଇ ରାଉଣ୍ଡ ଗୁଳି ଚଳାଇ ଫେରାର ହେବାକୁ ଉଦ୍ୟମ କରିବା ସମୟରେ ପୋଲିସ ଗୁଳିରେ ଆହତ ହୋଇଥିଲା ଜାଜୁ । ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।