ଓଡିଶା

odisha

By

Published : Nov 19, 2022, 10:36 PM IST

ETV Bharat / state

ଝାରସୁଗୁଡ଼ାରେ ବଢ଼ୁଛି ମହିଳାଙ୍କ ପ୍ରତି ନିର୍ଯାତନା, ଜୋର ଧରିଲା ମହିଳା ଥାନା ଦାବି

ଝାରସୁଗୁଡ଼ା ଜିଲ୍ଲାରେ ବଢ଼ିବାରେ ଲାଗିଛି ନାରୀ ନିର୍ଯ୍ୟାତନା । କେତେବେଳେ ଶାଶୂ ଘର ପକ୍ଷରୁ ନିର୍ଯାତନାର ଶିକାର ହେଉଛି ତ ଆଉ କେତେବେଳେ ଅସାମାଜିକ ବ୍ୟକ୍ତିଙ୍କ ଅତ୍ୟାଚାରର ଶୀକାର ହେଉଛି ନାରୀ । କାରଣ ଝାରସୁଗୁଡ଼ାରେ ନାହିଁ ମହିଳାଙ୍କ ପାଇଁ ମହିଳା ଥାନା । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ାରେ ଆବଶ୍ୟକ ରହିଛି ମହିଳା ଥାନା
ଝାରସୁଗୁଡ଼ାରେ ଆବଶ୍ୟକ ରହିଛି ମହିଳା ଥାନା

ଝାରସୁଗୁଡ଼ା : ଜିଲ୍ଲାରେ ବଢ଼ିବାରେ ଲାଗିଛି ନାରୀ ନିର୍ଯାତନା । କେତେବେଳେ ଶାଶୂ ଘର ପକ୍ଷରୁ ନିର୍ଯାତନାର ଶିକାର ହେଉଛି ତ ଆଉ କେତେବେଳେ ଅସାମାଜିକ ବ୍ୟକ୍ତିଙ୍କ ଅତ୍ୟାଚାରର ଶିକାର ହେଉଛି ନାରୀ । ନିଜ ପାଇଁ ଉଚିତ ନ୍ୟାୟ ଆଶା ନେଇ ଥାନାର ଦ୍ବାରସ୍ଥ ହେଉଛି । ହେଲେ ନିଜ ପ୍ରତି ହୋଇଥିବା ଅନ୍ୟାୟକୁ ସମ୍ପୂର୍ଣ୍ଣ ଭାବେ ବର୍ଣ୍ଣନା କରିବା ପାଇଁ ପୁନର୍ବାର ଲଜ୍ଜାର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ପୀଡ଼ିତାକୁ ନ୍ୟାୟ ପାଇବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । କାରଣ ଝାରସୁଗୁଡ଼ାରେ ନାହିଁ ମହିଳାଙ୍କ ପାଇଁ ମହିଳା ଥାନା ।

ଝାରସୁଗୁଡ଼ାରେ ଆବଶ୍ୟକ ରହିଛି ମହିଳା ଥାନା
ଶିଳ୍ପନଗରୀ ଝାରସୁଗୁଡ଼ା ଜିଲ୍ଲା ଗଠନ ହେବାର ପାଖାପାଖି ୩୦ବର୍ଷ ହେଲାଣି । ଏହି ସମୟ ସ୍ରୋତରେ ଜନସଂଖ୍ୟା ଯେଉଁଭଳି ଭାବେ ବଢ଼ି ଚାଲିଛି ଅପରାଧ ସଂଖ୍ୟା ମଧ୍ୟ ବଢ଼ ଚାଲିଛି । ସମଗ୍ର ଜିଲ୍ଲାର ଜନସଂଖ୍ୟା ୫ଲକ୍ଷ ୭୯ ହଜାର ୫୦୫ ଥିବା ବେଳେ ସେଥିରେ ୨ ଲକ୍ଷ୍ୟ ୮୨ ହଜାର ୮୧୫ ଜଣ ମହିଳା ରହିଛନ୍ତି ।

ପ୍ରତିବର୍ଷ ଝାରସୁଗୁଡ଼ା ଜିଲ୍ଲାରେ ହଜାର ହଜାର ନାରୀ ନିର୍ଯ୍ୟାତନା ଅଭିଯୋଗ ଆସି ପହଞ୍ଚୁଛି ପୋଲିସ ଥାନାରେ । ପୋଲିସ ମଧ୍ୟ ମାମଲା ରୁଜ୍ଜୁ କରି ଅଭିଯୁକ୍ତଙ୍କୁ କାଠଗଡ଼ାରେ ଛିଡ଼ା କରୁଛି । କିନ୍ତୁ ପୀଡ଼ିତା ଲଜ୍ଜ୍ୟା ଭୟରେ ସମ୍ପୂର୍ଣ୍ଣ ଘଟଣାର ବ୍ୟାଖ୍ୟା କରିବାରେ କୁଣ୍ଠାବୋଧ କରିଥାଏ । ଫଳରେ ଦୋଷୀ ଉଚିତ ଦଣ୍ଡ ପାଇବାରୁ ବଞ୍ଚିତ ହେଉଛି । ଆଉ ପୀଡ଼ିତାଙ୍କୁ ଉଚିତ ନ୍ୟାୟ ମିଳିପାରୁନାହିଁ ।

ତେଣୁ ଝାରସୁଗୁଡ଼ାରେ ଏକ ମହିଳା ଥାନାର ନିହାତି ଆବଶ୍ୟକ ରହିଛି । ଯଦି ମହିଳା ଥାନାଟିଏ ହୁଅନ୍ତା ତେବେ ପୀଡ଼ିତାଙ୍କୁ ଉଚିତ ନ୍ୟାୟ ପାଇବା ପାଇଁ ସହାୟକ ହେବ । ଏନେଇ ଜିଲ୍ଲାରେ ବର୍ତ୍ତମାନ ମହିଳା ଥାନା ଆବଶ୍ୟକ ବୋଲି ମହିଳାମାନେ ସ୍ବର ଉଠାଇଛନ୍ତି ।

ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା କହିଛନ୍ତି, "ଝାରସୁଗୁଡ଼ା ଜିଲ୍ଲାରେ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ମହିଳା ଥାନାଟିଏ ନାହିଁ । ଫଳରେ ନାରୀଟିଏ ବହୁ ସମୟରେ ନାନା ନିର୍ଯାତନା ସହୁଛି । କେତେବେଳେ ନାରୀଟି ଶାଶୂଘର ପକ୍ଷରୁ ନିର୍ଯାତନାର ଶିକାର ହେଉଛି ତ ଆଉ କେତେବେଳେ ଅସାମାଜିକ ବ୍ୟକ୍ତିଙ୍କ ଅତ୍ୟାଚାରର ଶିକାର ହେଉଛି । ତେବେ ଏହି ଅତ୍ୟାଚାରକୁ ସହି ନପାରି ଯେତେବେଳେ ମହିଳାଟି ଥାନାର ଦ୍ବାରସ୍ଥ ହେଉଛି ସେଠାରେ ତାକୁ ସେତିକି ସୁରକ୍ଷା ମିଳୁନି । ମହିଳାଟିଏ ନିଜ ସମସ୍ୟା ବିଷୟରେ କଥା ହେବାକୁ କୁଣ୍ଠାବୋଧ କରୁଛି ।"

ସେପଟେ ଏହାକୁ ନେଇ ଝାରସୁଗୁଡ଼ା ଆରକ୍ଷୀ ଅଧୀକ୍ଷକ କହିଛନ୍ତି,"ଏହା ଏକ ସତ୍ୟ କଥା ଯେ ଝାରସୁଗୁଡ଼ା ଜିଲ୍ଲାରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଉଛି ଏବଂ ଅପରାଧ ମଧ୍ୟ ବୃଦ୍ଧି ପାଉଛି । କିନ୍ତୁ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଝାରସୁଗୁଡ଼ା ପୋଲିସ ସବୁବେଳେ ହାତ ବଢ଼ାଇ ରଖିଛି । ଜନସଂଖ୍ୟା ଦୃଷ୍ଟିରୁ ଝାରସୁଗୁଡ଼ାରେ ମହିଳାଙ୍କ ପାଇଁ ମଧ୍ୟ ଏକ ସ୍ବତନ୍ତ୍ର ପୋଲିସ ଥାନାର ଆବଶ୍ୟକ ରହିଛି । ପୂର୍ବରୁ ସରକାର ଏ ଦିଗ ଉପରେ ଦୃଷ୍ଟି ଦେଇ ଜିଲ୍ଲାକୁ ଏକ ସଦର ଥାନା ଓ ବାଲ ଥାନା ଭେଟି ଦେଇଛନ୍ତି । ତେବେ ସରକାର ନିଶ୍ଚିତ ଭାବରେ ଏକ ମହିଳା ଥାନା ମଧ୍ୟ ଯୋଗାଇଦେବେ ବୋଲି ଭରସା ରହିଛି । ଏହା ଉପରେ ସରକାରଙ୍କୁ ଅନୁରୋଧ କରାଯିବ ବୋଲି କହିଛନ୍ତି ଝାରସୁଗୁଡ଼ା ଆରକ୍ଷୀ ଅଧିକ୍ଷକ ।"

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details