ଝାରସୁଗୁଡା: ଜିଲ୍ଲାର ୪୯ ନଂ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା । ଏନଏଚ ୪୯ ଝାରସୁଗୁଡା-କନକତୋରା ରାସ୍ତାରେ ନିୟମିତ ମାଟି, ବାଲି, ପାଉଁଶ ଏବଂ ପାଣି ପଡୁଛି । ପ୍ରଦୂଷଣ ଯୋଗୁଁ ଏଠାରେ ନିୟମିତ ଦୁର୍ଘଟଣା ଘଟୁଛି । ଆଜି(ମଙ୍ଗଳବାର) ସକାଳେ ମଧ୍ୟ ଦୁଇ ଜଣ ବାଇକ ଆରୋହୀ ଏହି ରାସ୍ତା ଦେଇ ଯାଉଥିବାବେଳେ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । ଏଥିରେ ଉତ୍ୟକ୍ତ ହୋଇ ସ୍ଥାନୀୟ ଲୋକେ ବରଘାଟ ଇବ ବ୍ରିଜ ନିକଟରେ ଦୁଇ ଘଣ୍ଟା ଧରି ରାସ୍ତାରୋକ କରିଛନ୍ତି ।
ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା, ସ୍ଥାନୀୟ ବାସିନ୍ଦାଙ୍କ ରାସ୍ତାରୋକ - ଝାରସୁଗୁଡାରେ ରାସ୍ତାରୋକ
ଝାରସୁଗୁଡା ୪୯ ନଂ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା । ଖରାପ ରାସ୍ତା ଯୋଗୁଁ ନିୟମିତ ଦୁର୍ଘଟଣା ଘଟୁଥିବାରୁ ରାସ୍ତାରୋକ୍ କଲେ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ
ଜତୀୟ ରାଜପଥ ପାଲଟିଛି ମରଣଯନ୍ତା, ରାସ୍ତାରୋକ କଲେ ଲୋକେ
ଜତୀୟ ରାଜପଥ ପାଲଟିଛି ମରଣଯନ୍ତା, ରାସ୍ତାରୋକ କଲେ ଲୋକେ
ରାସ୍ତାରୋକ କାରଣରୁ ଝାରସୁଗୁଡା-ଛତିଶଗଡ ମଧ୍ୟରେ ଯାତାୟତ ପୁରା ଠପ୍ ହୋଇଯାଇଛି । ଏଥିସହ ଉଭୟ ପାର୍ଶ୍ବରେ ଜାମ୍ ଲାଗି ରହିଛି । ରାସ୍ତାରେ ମାଟି, ବାଲି, ପାଉଁଶ, ପାଣି ପକାନଯାଉ ଏବଂ ସବୁବେଳେ ପରିଷ୍କାର ରଖାଯାଉ ବୋଲି ଲୋକେ ଦାବି କରିଛନ୍ତି । ଜିଲ୍ଲା ପ୍ରଶାସନ, ବ୍ରଜରାଜନଗର ପୋଲିସ, ଓରିଏଣ୍ଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ