ଝାରସୁଗୁଡା: ଲୋକଙ୍କ ଜୀବନ ସହ ଖେଳ ଖେଳୁଛି ଏନଏଲସି କମ୍ପାନୀ । ଜମି ଅଧିଗ୍ରହଣ କରିବା ପରେ ମନମାନୀ ଚଳାଇଛି ଏହି ଶିଳ୍ପ ସଂସ୍ଥା । ଜମି ଅଧିଗ୍ରହଣ ସମୟରେ କମ୍ପାନୀ ଜମିହରାଙ୍କୁ ଚାକିରୀ ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ହେଲେ ଜମି ମିଳିବା ପରେ ଏନଏଲସି ଏବେ ନିଜ କଥାରୁ ମୁହଁ ମୋଡିଥିବା ଅଭିଯୋଗ ହୋଇଛି । ବାରମ୍ବାର କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଚାକିରୀ ଭିକ୍ଷା କରି ନିରାଶ ହେବା ପରେ ଶେଷରେ ଜମିହରା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଝାରସୁଗୁଡା ଜିଲ୍ଲା ତଲାବିରା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ, ଝାରସୁଗୁଡା ତଲାବିରା ଗାଁ ସ୍ଥିତ ବୁଧିଆପାଲିର ରାଜୁ ବୁଧିଆଙ୍କ ଜମି ଅଧିଗ୍ରହଣ କରିଥିଲା ଏନଏଲସି କମ୍ପାନୀ । ଜମି ଅଧିଗ୍ରହଣ ସମୟରେ କମ୍ପାନୀ ତାଙ୍କୁ ଚାକିରି ଦେବାକୁ କଥା ଦେଇଥିଲା । ହେଲେ ଏବେ ରାଜୁ ଚାକିରି ପାଇଁ ଦାବି କରୁଥିଲେ ହେଁ କମ୍ପାନୀ ଏଥିପ୍ରତି କର୍ଣ୍ଣପାତ କରୁନାହିଁ ବରଂ ନିଜର ମନମାନୀ ଚଳାଇ ରାଜୁଙ୍କ ଜମି ଉପରେ ମାଟି ପକାଇବା ଆରମ୍ଭ କରିଛି । ଏହାକୁ ବିରୋଧ କରି ରାଜୁ ଚାକିରି ନ ଦେଲେ ଜମି ଫେରାଇ ଦେବାକୁ ଅନୁରୋଧ କରିଥିଲେ । ଯଦି ସେପରି ନ ହୁଏ ସେ ଆତ୍ମହତ୍ୟା କରିବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ ।