ଓଡିଶା

odisha

ETV Bharat / state

ଦେଶରେ ରପ୍ତାନୀ କ୍ଷେତ୍ରରେ ଝାରସୁଗୁଡା ସ୍ଥାନ ୨୪ - ଝାରସୁଗୁଡା ଖବର

ଦେଶର କୋଣ ଅନୁକୋଣ ତଥା ବିଦେଶକୁ ମଧ୍ୟ ଝାରସୁଗୁଡା ଜିଲ୍ଲାରୁ ବିଭିନ୍ନ ସାମଗ୍ରୀ ରପ୍ତାନୀ ହେଉଛି । ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଝାରସୁଗୁଡାରେ ଥିବା ରେଳଷ୍ଟେସନ ଗୁଡିକ । ଅଧିକ ପଢନ୍ତୁ

ଦେଶରେ ରପ୍ତାନୀ କ୍ଷେତ୍ରରେ ଝାରସୁଗୁଡା ସ୍ଥାନ ୨୪
ଦେଶରେ ରପ୍ତାନୀ କ୍ଷେତ୍ରରେ ଝାରସୁଗୁଡା ସ୍ଥାନ ୨୪

By

Published : Dec 13, 2021, 10:28 PM IST

ଝାରସୁଗୁଡା :ଦେଶର କୋଣ ଅନୁକୋଣ ତଥା ବିଦେଶକୁ ମଧ୍ୟ ଝାରସୁଗୁଡା ଜିଲ୍ଲାରୁ ବିଭିନ୍ନ ସାମଗ୍ରୀ ରପ୍ତାନୀ ହେଉଛି । ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଝାରସୁଗୁଡାରେ ଥିବା ରେଳଷ୍ଟେସନ ଗୁଡିକ । ଜିଲ୍ଲାର ଶ୍ରେଷ୍ଠ ଉତ୍ପାଦ ଗୁଡିକ ମଧ୍ୟରେ ଇଞ୍ଜିନିୟରିଂ ଉତ୍ପାଦ, ସେରାମିକ ଉତ୍ପାଦ, କୋଇଲା, କେମିକାଲ, ଖଣିଜ ପଦାର୍ଥ ଏବଂ ଅନ୍ୟାନ୍ୟ ଧାତୁ ପଥର ଇତ୍ୟାଦି ରହିଛି ।

ଦେଶରେ ରପ୍ତାନୀ କ୍ଷେତ୍ରରେ ଝାରସୁଗୁଡା ସ୍ଥାନ ୨୪

ଏ-ହି ସମସ୍ତ ସାମଗ୍ରୀର ବହୁ ମାତ୍ରାରେ ରପ୍ତାନୀ କରି ଝାରସୁଗୁଡା ଜିଲ୍ଲା ଦେଶର ଶ୍ରେଷ୍ଠ ୩୦ ଜିଲ୍ଲା ମଧ୍ୟରେ ସ୍ଥାନ ପାଇ ପାରିଛି (24) । ରପ୍ତାନୀ ବୃଦ୍ଧି ଯୋଗୁଁ ଝାରସୁଗୁଡା ଜିଲ୍ଲାର ରାଜସ୍ୱ ମଧ୍ୟ ବୃଦ୍ଧି ପାଉଛି ଏବଂ ଏଥିରେ ପ୍ରମୂଖ ଭୂମିକା ଗ୍ରହଣ କରିଛି ରେଳ ପରିବହନ । ଜିଲ୍ଲାର ରେଳ ପରିବହନ ବହୁ ପୁରାତନ ।

ରେଳ ମାଧ୍ୟମରେ ଏଠାକାର ଆଲୁନିୟମ, କୋଇଲା ଓ ଅନ୍ୟାନ୍ୟ ଉତ୍ପାଦକୁ ରପ୍ତାନୀ କରଯିବା ସହ ଜିଲ୍ଲାରୁ ଅଧିକରୁ ଅଧିକ ସାମଗ୍ରୀ କିପରି ରପ୍ତାନୀ କରାଯାଇପାରିବ ସେନେଇ ପଦକ୍ଷେପ ଗ୍ରହଣ କରାଯାଉଛି ।

ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ABOUT THE AUTHOR

...view details