ଓଡିଶା

odisha

ETV Bharat / state

OJEE RESULT: ବାୟୋଟେକ୍ନୋଲୋଜିରେ ଟପ୍ପର ହେଲେ ଝାରସୁଗୁଡାର ଶୁଭଶ୍ରୀ - ଓଜେଇଇ ରେଜଲ୍ଟ

ବୁଧବାର ପ୍ରକାଶ ପାଇଛି ଚଳିତ ବର୍ଷର OJEE ରେଜଲ୍ଟ । ଏମଟେକ୍ ଓଜେଇଇ ୨୦୨୨ ବାୟୋ-ଟେକ୍ନୋଲୋଜିରେ ରାଜ୍ୟରେ ଟପ୍ପର ହୋଇଛନ୍ତି ଝାରସୁଗୁଡ଼ାର ଶୁଭଶ୍ରୀ । ଅଧିକ ପଢନ୍ତୁ

OJEE RESULT ବାୟୋଟେକ୍ନୋଲୋଜିରେ ଟପ୍ପର ହେଲେ ଝାରସୁଗୁଡାର ଶୁଭଶ୍ରୀ
OJEE RESULT ବାୟୋଟେକ୍ନୋଲୋଜିରେ ଟପ୍ପର ହେଲେ ଝାରସୁଗୁଡାର ଶୁଭଶ୍ରୀ

By

Published : Jul 29, 2022, 8:53 PM IST

ଝାରସୁଗୁଡା : ବୁଧବାର ପ୍ରକାଶ ପାଇଛି ଚଳିତ ବର୍ଷର OJEE ରେଜଲ୍ଟ । ଓଜେଇଇ(OJEE ୨୦୨୨) ପରୀକ୍ଷାରେ ଝାରସୁଗୁଡ଼ାର ସୁନା ଝିଅ ଶୁଭଶ୍ରୀ ନିଜ ଜିଲ୍ଲା ପାଇଁ ଆଣିଛନ୍ତି ଗୌରବ । ଝାରସୁଗୁଡ଼ା ସହରର ପୁରୁଣାବସ୍ତି ଅଞ୍ଚଳର ଝିଅ ଶୁଭଶ୍ରୀ । ଏମଟେକ୍ ଓଜେଇଇ ବାୟୋ-ଟେକ୍ନୋଲୋଜିରେ ରାଜ୍ୟରେ ଟପ୍ପର ହୋଇଛନ୍ତି । ନିଜ ସ୍ବପ୍ନକୁ ପୁରଣ କରିବା ପାଇଁ ଅଦମ୍ୟ ପ୍ରୟାସ କରିଥିଲେ ଶୁଭଶ୍ରୀ ।

OJEE RESULT ବାୟୋଟେକ୍ନୋଲୋଜିରେ ଟପ୍ପର ହେଲେ ଝାରସୁଗୁଡାର ଶୁଭଶ୍ରୀ

ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଉଚ୍ଚ ଶିକ୍ଷା ପାଇଁ ମଧ୍ୟ ସେ ବ୍ୟାଙ୍କରୁ ଋଣ କରିଛନ୍ତି । ବାପାଙ୍କୁ ହରାଇବା ପରେ କିଛି ଦିନ ଭାଙ୍ଗି ପଡିଥିଲେ ସେ । କିନ୍ତୁ ବାପାଙ୍କ ଶେଷ ଇଚ୍ଛାକୁ ପୂରଣ କରିବା ପାଇଁ ନିଜକୁ ସମ୍ଭାଳି ପାଠପଢାରେ ମନ ଦେଇଥିଲେ । ଦିନକୁ ୮ଘଣ୍ଟା ପରିଶ୍ରମ କରୁଥିଲେ ବୋଲି କହିଛନ୍ତି ଶୁଭଶ୍ରୀ । ତେବେ ଏ ସଫଳତାର ଶ୍ରେୟ ନିଜ ପରିବାର ଲୋକଙ୍କୁ ସେ ଦେଇଛନ୍ତି । ତେବେ ଆଗକୁ ରିସର୍ଚ୍ଚ ଓରିଏଣ୍ଟେଡ ବାୟୋ-ଟେକ୍ନୋଲୋଜିରେ ପିଏଚଡି କରିବାକୁ ଲକ୍ଷ୍ୟ ରଖିଛନ୍ତି ଶୁଭଶ୍ରୀ ।

ଇଟିଭି ଭାରତ,ଝାରସୁଗୁଡା

ABOUT THE AUTHOR

...view details