ଓଡିଶା

odisha

ETV Bharat / state

ଉପନିର୍ବାଚନ ଫଳାଫଳ ପାଇଁ ବରିଷ୍ଠ ନେତା ଦାୟୀ: ଝାରସୁଗୁଡା ଜିଲ୍ଲା କଂଗ୍ରେସ - ଝାରସୁଗୁଡା ଜିଲ୍ଲା କଂଗ୍ରେସ ପ୍ରେସ ମିଟ

ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳକୁ ନେଇ ଦଳର ବରିଷ୍ଠ ନେତାଙ୍କୁ ଦାୟୀ କରିଛି ଜିଲ୍ଲା କଂଗ୍ରେସ । ଅଧିକ ପଢନ୍ତୁ

ଝାରସୁଗୁଡା ଜିଲ୍ଲା କଂଗ୍ରେସ ପ୍ରେସ ମିଟ
jharsuguda congress pressmeet

By

Published : May 15, 2023, 2:43 PM IST

jharsuguda congress pressmeet

ଝାରସୁଗୁ଼ଡା: ଉପନିର୍ବାଚନରେ ହାରକୁ ବରଦାସ୍ତ କରିପାରି ନାହିଁ ଜିଲ୍ଲା କଂଗ୍ରେସ । ଆଜି ଝାରସୁଗୁଡ଼ା ଜିଲ୍ଲା କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିଛି କଂଗ୍ରେସ । ଏହି ସାମ୍ବାଦିକ ସମ୍ମିଳନୀରେ ଝାରସୁଗୁଡ଼ା ଉପନିର୍ବାଚନରେ କଂଗ୍ରେସର ଯେଉଁଭଳି ଭାବେ ପରାଜୟ ହେଲା, ଏହାକୁ ନେଇ ଜିଲ୍ଲା ସଭାପତି ଅସନ୍ତୋଷ ପ୍ରକାଶ କରିଛନ୍ତି ତଥାପି ସେ ଝାରସୁଗୁଡ଼ାବାସୀଙ୍କ ଜନାଦେଶକୁ କଂଗ୍ରେସ ସମ୍ମାନ ଜଣାଉଥିବା କିହିଛନ୍ତି । ଏହା ସହ କଂଗ୍ରେସ ବରିଷ୍ଠ ନେତା ଚିରଞ୍ଜିବୀ ବିଶ୍ବାଳ ଓ ମହମ୍ମଦ୍ ମୋକିମ ଦେଇଥିବା ବୟାନ ପାଇଁ ତାଙ୍କୁ ସମାଲୋଚନା କରିଛନ୍ତି ।

ଏହା ବି ପଢନ୍ତୁ...MLA Dipali Das Takes oath: ଝାରସୁଗୁଡା ବିଧାୟିକା ଭାବେ ଶପଥ ନେଲେ ଦୀପାଳି ଦାସ

ଜାନକୀ-ବସନ୍ତ ଯୋଡି ଓଡ଼ିଶା ରାଜନୀତିର ସ୍ବର୍ଣ୍ଣିମ ଯୁଗ ଶୀର୍ଷକ ଆଲୋଚନାରେ କଂଗ୍ରେସ ବରିଷ୍ଠ ନେତା ଚିରଞ୍ଜିବୀ ବିଶ୍ବାଳ ଓ ମହମ୍ମଦ୍ ମୋକିମ ଦେଇଥିବା ବୟାନ ପାଇଁ ତାଙ୍କୁ ସମାଲୋଚନା କରିଛି ଝାରସୁଗୁଡା କଂଗ୍ରେସ । ଜିଲ୍ଲା ସଭାପତି ଆଶୋକ ମିଶ୍ର ଦୁଇ ନେତାଙ୍କ ଉପରେ ବର୍ଷିବା ସହ ଦଳୀୟ ନେତାଙ୍କୁ ଝାରସୁଗୁ଼ଡା ଉପନିର୍ବାଚନ ଫଳାଫଳ ପାଇଁ ଦାୟୀ କରିଛନ୍ତି । ସେ କହିଛନ୍ତି, ଆପଣଙ୍କ ବିଷୟରେ କହିବାକୁ ଆମକୁ ଖରାପ ଲାଗୁଛି । ଆଲୋଚନା ମାଧ୍ୟମରେ କଂଗ୍ରେସକୁ ସମାଲୋଚନା କରୁଛନ୍ତି । କଂଗ୍ରେସ ଦଳ ଆପଣଙ୍କୁ ରାଜନୈତିକ ସ୍ୱୀକୃତି ଦେଇଛି ଦଳକୁ ଏତେ ଦୁର୍ବଳ ଭାବନ୍ତୁ ନାହିଁ । କଂଗ୍ରେସ ଦଳକୁ ଆକ୍ଷେପ କରିବା ନିନ୍ଦନୀୟ । ମହମ୍ମଦ ମୋକିମ ଯେଉଁଭଳି ମନ୍ତବ୍ୟ ଦେଲେ ତାହାକୁ କଂଗ୍ରେସ ସହ୍ୟ କରିବ ନାହିଁ । ''

ଏହା ବି ପଢନ୍ତୁ...କଂଗ୍ରେସ ନେତାଙ୍କ ମଧ୍ୟରେ ମାରପିଟ୍‌ ଘଟଣା: ରାଉରକେଲାରେ ପିସିସିର ତଦନ୍ତ କମିଟି

ପ୍ରକାଶ ଥାଉ କି, ଝାରସୁଗୁଡା ଉପନିର୍ବାଚନରେ ବିଜେଡି ବିଜୟ ହୋଇଛି । ଦ୍ବିତୀୟରେ ବିଜେପି ରହିଥିବା ବେଳେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି । କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମାତ୍ର 4 ହଜାର 496 ଶହ ଭୋଟ ମିଳିଥିଲା । ଆଗମୀ ଦିନରେ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ଜିଲ୍ଲା ସଭାପତି କହିଛନ୍ତି । ଜନାଦେଶକୁ ସମ୍ମାନ ଦେବା ସହ ଦୀପାଳି ଦାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ତରୁଣ ପାଣ୍ଡେ ଓ କଂଗ୍ରେସର ଅନ୍ୟ ନେତା । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଅଶୋକ ମିଶ୍ର, କଂଗ୍ରେସ ଉପନିର୍ବାଚନ ପ୍ରାର୍ଥୀ ତରୁଣ ପାଣ୍ଡେ, ପୂର୍ବତନ ଜିଲ୍ଲା ସଭାପତି ଭାରତ ଅୱସ୍ତିଙ୍କ ସମେତ ଜିଲ୍ଲା ସ୍ତରୀୟ କଂଗ୍ରେସ ନେତା ଉପସ୍ଥିତ ଥିଲେ ।

ଇଟିଭି ଭାରତ,ଝାରସୁଗୁଡା

ABOUT THE AUTHOR

...view details