ଝାରସୁଗୁଡା: ବିଭିନ୍ନ ଦାବି ନେଇ ଲଖନପୁର କୋଇଲା ଖଣି ବିସ୍ଥାପିତ ସଂଗ୍ରାମ ସଂଘ ସମିତି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ପ୍ରଥମେ ସଂଘର କର୍ମକର୍ତ୍ତା ବେହେରାମାଲ ଛକ ଠାରୁ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ ।
ବିଭିନ୍ନ ଦାବି ନେଇ ଲଖନପୁର ଖଣି ବିସ୍ଥାପିତ ସଂଗ୍ରାମ ସଂଘର ଧାରଣା - ବିଭିନ୍ନ ଦାବି ନେଇ ଲଖନପୁର ଖଣି ବିସ୍ଥାପିତ ସଂଗ୍ରାମ
ବିଭିନ୍ନ ଦାବି ନେଇ ଲଖନପୁର କୋଇଲା ଖଣି ବିସ୍ଥାପିତ ସଂଗ୍ରାମ ସଂଘ ସମିତି ତରଫରୁ ବିକ୍ଷୋଭ ପ୍ରଦର୍ଶନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ବିଭିନ୍ନ ଦାବି ନେଇ ଲଖନପୁର ଖଣି ବିସ୍ଥାପିତ ସଂଗ୍ରାମ ସଂଘର ଧାରଣା
ଜିଲ୍ଲାରେ ଥିବା କୋଇଲା ଖଣି ଓ ଶିଳ୍ପ ପ୍ରତିଷ୍ଠାନ ସ୍ଥାନୀୟ ଲୋକଙ୍କୁ ଅଣଦେଖା କରୁଥିବା ସହ ଖଣି ଯୋଗୁଁ ବିସ୍ଥାପିତ ହେଉଥିବା ସ୍ଥାନୀୟ ପରିବାରର ସଦସ୍ୟ ମନକୁ ଉଚିତ୍ କ୍ଷତିପୂରଣ ସହ ଚାକିରି ଦେଉନଥିବା ଅଭିଯୋଗ ହୋଇଛି । ଯାହାର ପ୍ରତିବାଦରେ ବିକ୍ଷୋଭ କରାଯିବା ସହ ୧୫ ଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ସରକାର ତୁରନ୍ତ ସମସ୍ତ ଦାବି ପୂରଣ କରିବା ପାଇଁ ପଦକ୍ଷେପ ନେବାକୁ ଦାବି କରିଥିଲେ ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ