ଓଡିଶା

odisha

ETV Bharat / state

Jharsuguda Bypoll: ଭୋଟ ଦେଲେ ତିନି ଦଳର ପ୍ରାର୍ଥୀ, ସ୍ଥିତି ତଦାରଖ କଲେ ଏସପି - ଭୋଟ ଦେଲେ ଟଙ୍କଧର ତ୍ରିପାଠୀ

ଝାରସୁଗୁଡା ଉପନିର୍ବାଚନ ପାଇଁ ଜାରି ରହିଛି ମତଦାନ । ମତ ସାବ୍ୟସ୍ତ କଲେ ତିନି ପ୍ରମୁଖ ଦଳର ପ୍ରାର୍ଥୀ । ଅଧିକ ପଢନ୍ତୁ

ମତଦାନ କଲେ ତିନି ଦଳର ପ୍ରାର୍ଥୀ
ମତଦାନ କଲେ ତିନି ଦଳର ପ୍ରାର୍ଥୀ

By

Published : May 10, 2023, 1:46 PM IST

ଝାରସୁଗୁଡା: ଉପନିର୍ବାଚନ ପାଇଁ ଆଜି ସକାଳ 7ଟାରୁ ସୁରୁଖୁରୁରେ ଜାରି ରହିଛି ମତଦାନ l ସକାଳ 7ଟାରୁ ସନ୍ଧ୍ୟା 6ଟା ଯାଏଁ ମତଦାନ ଚାଲିବ l ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନିଜର ମତସାବ୍ୟସ୍ତ କରିଛନ୍ତି । ଆଜି ସକାଳ ୭ଟା ୩୦ମିନିଟରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୧୭ ନମ୍ବର ବୁଥରେ ନିଜର ମତଦାନ କରିଛନ୍ତି ଏବଂ ସମସ୍ତ ଭୋଟରଙ୍କୁ ଭୋଟ ଦେଇ ନିଜର ନାଗରିକତ୍ବ ସାବ୍ୟସ୍ତ କରିବାକୁ ଅପିଲ୍ କରିଛନ୍ତି । ସେହିପରି ସରବାହାଲର ୩୪ ନମ୍ବର ବୁଥରେ ବିଜୁ ଜନତା ଦଳର ପ୍ରାର୍ଥିନୀ ଦିପାଳୀ ଦାସ ମତଦାନ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ମଧ୍ୟ ପୁରୁଣାବସ୍ତି ବୁଥ ନମ୍ବର ୭୨ରେ ନିଜର ମତ ସାବସ୍ୟ କରିଛନ୍ତି ।

ମୋଟ 253ଟି ବୁଥରେ ଭୋଟ ଗ୍ରହଣ ହେଉଥିବା ବେଳେ ଝାରସୁଗୁଡାର 2ଲକ୍ଷ 21 ହଜାର 719 ଜଣ ଭୋଟର ନିଜର ମତ ସାବ୍ୟସ୍ତ କରୁଛନ୍ତି l ସମସ୍ତ ବୁଥରେ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ତେବେ ଦିବ୍ୟାଙ୍ଗ, ବୃଦ୍ଧ, ବୟସ୍କ ଭୋଟରମାନଙ୍କ ପାଇଁ ହ୍ବିଲଚେୟାର, ପାଣିର ବ୍ୟବସ୍ଥା କରାଯାଇଛି । ଏସପି ନିଜେ ବୁଥ ଗୁଡିକ ପରିଦର୍ଶନ କରି ସ୍ଥିତି ତଦାରଖ କରିଛନ୍ତି । ସୁରୁଖୁରୁରେ ଭୋଟ ଗ୍ରହଣ କରିବା ପାଇଁ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ସେଣ୍ଟ୍ରାଲ ଫୋର୍ସ, ଷ୍ଟେଟ ଫୋର୍ସ ମୁତୟନ, ଡ୍ରୋନ ସର୍ଭେଲାନ୍ସ କରାଯିବା ସହ ସମସ୍ତ ବୁଥରେ ୱେବ କାଷ୍ଟିଂ ମଧ୍ୟ କରାଯାଉଛି ବୋଲି ଝାରସୁଗୁଡ଼ା ଏସ୍ପି କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: Jharsuguda Bypoll: ପୂର୍ବାହ୍ନ 11ଟା ସୁଦ୍ଧା 20.38% ମତଦାନ

ସୂଚନା ମୁତାବକ, ପୂର୍ବାହ୍ନ ୧୧ଟା ସୁଦ୍ଧା ୨୦.୩୮ ପ୍ରତିଶତ ମତଦାନ ହୋଇଛି । ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଲୋକଙ୍କ ମଧ୍ୟରେ ଭୋଟିଂ ନେଇ ଉତ୍ସାହ ଭରି ରହିଛି । ଭିନ୍ନକ୍ଷମ ଭୋଟରଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତାତିରୁ ରକ୍ଷା ପାଇଁ ସମସ୍ତ ବୁଥରେ ପାନୀୟ ଜଳ ବ୍ୟବସ୍ଥା ସହ ଜଳ ସିଞ୍ଚନ କରାଯାଉଛି । ଅନ୍ୟପଟେ ଆଜି ଭୋଟିଂ ପୂର୍ବରୁ ମକ ପୋଲ ସମୟରେ ୧୬ଟି ବୁଥରେ ଇଭିଏମ ତ୍ରୁଟି ଥିବା ନଜରକୁ ଆସିଥିଲା । ତ୍ରୁଟି ସମାଧାନ କରାଯାଇ ମତଦାନ ଜାରି ରହିଛି । ଆଜି ମତଦାନ ପରେ ଆସନ୍ତା ୧୩ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ କରାଯିବ ।

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details