ଝାରସୁଗୁଡା: ବୈଦିକ ଜ୍ୟୋତିଷରେ ଅଗାଢ଼ ପାଣ୍ଡିତ୍ୟ ଅର୍ଜନ । ମ୍ୟାଜିକ ବୁକ ଅଫ ରେକର୍ଡ ତରଫରୁ ଡକ୍ଟରେଟ ଉପାଧିରେ ସମ୍ମାନିତ ହେଲେ ଝାରସୁଗୁଡ଼ାର ରୋହିତ କୁମାର ମୁରଗନ । ତେବେ ବର୍ତ୍ତମାନ ଯୁଗରେ ଯୁବପିଢ଼ି ଜ୍ୟୋତିଷ ଶାସ୍ତ୍ରକୁ ଅନ୍ଧବିଶ୍ୱାସ ଭାବି ଅଣଦେଖା କରିଥାନ୍ତି । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଉପରେ ପୁରାଣରେ ବର୍ଣ୍ଣନା କରାଯାଇଛି ବୋଲି ଦୃଢ଼ତାର ସହିତ କହନ୍ତି ଜ୍ୟୋତିଷଜ୍ଞ । ଛୋଟ ବେଳୁ ରୋହିତ ଏହି ଜ୍ୟୋତିଷ ଶାସ୍ତ୍ର ଉପରେ ଆକର୍ଷିତ ରହିଥିଲେ । ହେଲେ ବର୍ତ୍ତମାନ ତାଙ୍କର ଜ୍ୟୋତିଷ ଶାସ୍ତ୍ର ଉପରେ ଅଗାଢ଼ ପାଣ୍ଡିତ୍ୟ ଅର୍ଜନ କରି ଲୋକଙ୍କ ସେବା କରିବା ପାଇଁ ମନସ୍ଥ କରିଛନ୍ତି ।
ଏନେଇ ଛୋଟ ବେଳୁ ଜ୍ୟୋତିଷ ବିଜ୍ଞାନ ଉପରେ ଜାଣିବାର ଜିଜ୍ଞାସା ରଖିଥିଲେ ରୋହିତ । ତେବେ ଏହା ମଧ୍ୟ ବିଜ୍ଞାନର ଏକ ଅଂଶ । ବିଜ୍ଞାନକୁ ଯେମିତି ସତ୍ୟ ବୋଲି ବିଶ୍ବାସ କରାଯାଏ ଠିକ ସେମିତି ଜ୍ୟୋତିଷ ଶାସ୍ତ୍ରକୁ ମଧ୍ୟ ବିଶ୍ୱାସ କରିବା ଆବଶ୍ୟକ । କାରଣ ଏହା ଆମ ଦେଶର ପୁରାଣଶାସ୍ତ୍ର ଓ ଇତିହାସ ସହିତ ସିଧାସଳଖ ସଂପର୍କ ରହିଛି । ତେବେ ମ୍ୟାଜିକ ବୁକ୍ ଅଫ୍ ରେକର୍ଡ ଅନୁଷ୍ଠାନ ପକ୍ଷରୁ ଡକ୍ଟରେଟ ଉପାଧିରେ ଫରିଦାବାଦରେ ରୋହିତଙ୍କୁ ସମ୍ମାନିତ କରାଯାଇଛି ।