ଓଡିଶା

odisha

By

Published : May 3, 2023, 7:16 PM IST

ETV Bharat / state

ବିଜେଡିରେ ମଙ୍ଗଲ, ଶଙ୍ଖ ଭବନରେ ମିଶିଲେ, ନବୀନଙ୍କୁ ଭେଟିଲେ

ଶଙ୍ଖ ଭବନରେ ଆୟୋଜିତ ହୋଇଛି ଦଳର ଏକ ମିଶ୍ରଣ ପର୍ବ । ବିଜେପି ସହ ୨୫ ବର୍ଷର ସମ୍ପର୍କ ତୁଟାଇ ବିଜେଡିରେ ସାମିଲ ହୋଇଛନ୍ତି ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଲ ସାହୁ । ମଙ୍ଗଲ ଦୁଇ ଥର ବିଜେପି ରାଜ୍ୟ ପରିଷଦରେ କାମ କରିଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ସାଂସଦ ପ୍ରତିନିଧି ଥିଲେ ମଙ୍ଗଲ । ଅଧିକ ପଢନ୍ତୁ

ବିଜେଡିରେ ମଙ୍ଗଲ, ଶଙ୍ଖ ଭବନରେ ମିଶିଲେ, ନବୀନଙ୍କୁ ଭେଟିଲେ
ବିଜେଡିରେ ମଙ୍ଗଲ, ଶଙ୍ଖ ଭବନରେ ମିଶିଲେ, ନବୀନଙ୍କୁ ଭେଟିଲେ

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ରହିଛି । ଏହାରି ଭିତରେ ଭାରତୀୟ ଜନତା ପାର୍ଟିକୁ ଆଜି ଲାଗିଛି ଶକ୍ତ ଝଟକା । ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଲ ସାହୁ ଆଜି ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି । ଦୀର୍ଘ ୨୫ ବର୍ଷ ଧରି ବିଜେପିର ବିଭିନ୍ନ ପଦ ପଦବୀରେ ଥିବା ମଙ୍ଗଲ ଦଳରେ ସାମିଲ ହେବା ସହ ବିଜେଡି ସୁପ୍ରିମୋଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ।

ବିଜେଡିରେ ମଙ୍ଗଲ, ଶଙ୍ଖ ଭବନରେ ମିଶିଲେ, ନବୀନଙ୍କୁ ଭେଟିଲେ

ଶଙ୍ଖ ଭବନରେ ଆୟୋଜିତ ହୋଇଛି ଦଳର ଏକ ମିଶ୍ରଣ ପର୍ବ । ବିଜେପି ସହ ୨୫ ବର୍ଷର ସମ୍ପର୍କ ତୁଟାଇ ବିଜେଡିରେ ସାମିଲ ହୋଇଛନ୍ତି ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଲ ସାହୁ । ମଙ୍ଗଲ ଦୁଇ ଥର ବିଜେପି ରାଜ୍ୟ ପରିଷଦରେ କାମ କରିଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ସାଂସଦ ପ୍ରତିନିଧି ଥିଲେ ମଙ୍ଗଲ । ଧର୍ମେନ୍ଦ୍ର ପ୍ରଧାନ ଦେବଗଡ଼ ସାଂସଦ ଥିବା ସମୟରେ ବି ସାଂସଦ ପ୍ରତିନିଧି ଥିଲେ । ରାଜ୍ୟସଭା ସାଂସଦ ତଥା ବିଜେଡିର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଦଳୀୟ ଉତ୍ତରୀୟ ପିନ୍ଧାଇ ମଙ୍ଗଲଙ୍କୁ ସ୍ଵାଗତ କରିଛନ୍ତି । ମଙ୍ଗଲଙ୍କ ଯୋଗଦାନ ଫଳରେ ଝାରସୁଗୁଡ଼ାରେ ବିଜେଡି ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି ମାନସ କହିଛନ୍ତି ।

ବିଜେଡିରେ ମଙ୍ଗଲ, ଶଙ୍ଖ ଭବନରେ ମିଶିଲେ, ନବୀନଙ୍କୁ ଭେଟିଲେ

ଏହାବି ପଢନ୍ତୁ- ବିଶ୍ବର ଲୋକପ୍ରିୟ ଡେସ୍କ୍‌ଟପ୍‌ ବ୍ରାଉଜର Google Chrome, ଦ୍ବିତୀୟରେ Safari

ମଙ୍ଗଲ ସାହୁ କହିଛନ୍ତି ଯେ, ‘‘ଝାରସୁଗୁଡ଼ା ଜିଲ୍ଲାରେ ବିଜେପିର ସଂଗଠନ କେମିତି ବୃଦ୍ଧି ହେବ, ସେଥିପାଇଁ କଠିନ ପରିଶ୍ରମ କରିଥିଲି । ଦିନରାତି ଏକ କରି ପାର୍ଟି ପାଇଁ ପ୍ରଚାର କରିଥିଲି । ପାର୍ଟିର କିଛି ନେତା ନୀତି, ଆଦର୍ଶ ଭୁଲି ମିଥ୍ୟାର ରାଜନୀତି କରୁଥିବାରୁ ମୁଁ ଅତ୍ୟନ୍ତ କ୍ଷୋଭର ସହ ପାର୍ଟି ଛାଡ଼ିବାକୁ ନିଷ୍ପତ୍ତି ନେଇଛି । ନବ ଦାସଙ୍କୁ ଗୁଳି କରି ହତ୍ୟା କରାଗଲା, ଅଲଗା ଦଳରେ ଥିଲେ ବି ଜଣେ ନେତାଙ୍କର ଏଭଳି ହତ୍ୟାକାଣ୍ଡ ବ୍ୟଥିତ କରିଥିଲା । ଦଳମତ ନିର୍ବିଶେଷରେ ସମସ୍ତେ ଚାହୁଁଥିଲୁ ଦୋଷୀକୁ କଠୋର ଦଣ୍ଡ ମିଳୁ । କିନ୍ତୁ କିଛିଦିନ ଭିତରେ ବିଜେପିର କିଛି ନେତା ଏହାକୁ ନେଇ ହୀନ ରାଜନୀତି କରିବା ଆରମ୍ଭ କରିଦେଲେ । ହତ୍ୟାକାଣ୍ଡ ସମ୍ପର୍କରେ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମନଗଢ଼ା କାହାଣୀ ତିଆରି କରି ବିଭିନ୍ନ ସମୟରେ ଅଲଗା ଅଲଗା ଅଭିଯୋଗ କଲେ । ଏହା ମୋତେ ଦୁଃଖ ଦେଲା, ଆଚମ୍ବିତ କଲା ଏବଂ ଶକ୍ତ ଆଘାତ ଦେଲା । କିଛି ନେତା ଏଭଳି କାହିଁକି କରୁଛନ୍ତି ବୋଲି ମୁଁ ପାର୍ଟି ଭିତରେ ପ୍ରଶ୍ନ ଉଠାଇଥିଲି । ବରିଷ୍ଠ ନେତାମାନଙ୍କ ଆଗରେ ମୋ ମତ ରଖିଥିଲି ବି କେହି ମୋ କଥା ଶୁଣିଲେନାହିଁ ।’’

ବିଜେଡିରେ ମଙ୍ଗଲ, ଶଙ୍ଖ ଭବନରେ ମିଶିଲେ, ନବୀନଙ୍କୁ ଭେଟିଲେ

ପଦ୍ମପୁର ଉପନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇ ହାରିଥିବା ପ୍ରଦୀପ ପୁରୋହିତ କହିଲେ ଯେ ନବ ଦାସଙ୍କ ଝିଅ ଦୀପାଳି ହତ୍ୟାକାରୀ ସହ ମିଶି ଯାଇଛନ୍ତ । ତାହା ମୋତେ ଗଭୀର ଆଘାତ ଦେଲା । କେବଳ ରାଜନୈତିକ ଫାଇଦା ପାଇଁ ଜଣେ ବାପଛେଣ୍ଡ ଝିଅ ବିରୋଧରେ ବିଜେପି ନେତାମାନଙ୍କ ଏଭଳି ମିଥ୍ୟାଚାର ଓ ଆତ୍ମପ୍ରବଞ୍ଚନାକୁ ମୁଁ ସହି ପାରିଲି ନାହିଁ । ଆମ ସମସ୍ତଙ୍କ ଘରେ ବି ଝିଅ ଓ ଭଉଣୀ ଅଛନ୍ତି । ରାଜନୀତି ତା’ ବାଟରେ ହେବା କଥା । କିନ୍ତୁ ମୁଁ ଯେତେବେଳେ ହୃଦବୋଧ କଲି ଯେ ଏମାନେ ରାଜନୀତି ପାଇଁ କିଛି ବି କରିପାରନ୍ତି, ମୁଁ ଆଉ ଏଭଳି ପାର୍ଟିରେ ରହିବିନି ବୋଲି ସ୍ଥିର କଲି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାରେ ନିରନ୍ତର ବିକାଶ ହେଉଛି । ବିଜୁ ଜନତା ଦଳ ଦ୍ବାରା ଓଡ଼ିଶାର ପ୍ରତ୍ୟେକ ବର୍ଗ ଉପକୃତ ହେଉଛନ୍ତି । ମୁଁ ଏଥିରେ ଗଭୀର ଭାବେ ପ୍ରଭାବିତ ହୋଇଛି । ତେଣୁ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଲି । ଆଜିଠାରୁ ମୁଁ ମୋର ସମସ୍ତ ଶକ୍ତି ଖଟାଇ ବିଜେଡି ପାଇଁ କାମ କରିବି । ଝାରସୁଗୁଡ଼ା ଜିଲ୍ଲାରେ ରାଜ୍ୟ ସରକାରଙ୍କ ବିକାଶର ଧାରାକୁ ଆଗେଇ ନେବା ଲାଗି ଦଳ ମୋତେ ଯେଉଁ ଦାୟିତ୍ବ ଦେବେ ତାହା ନିଷ୍ଠାର ସହ ନିର୍ବାହ କରିବି । ଏହି ମିଶ୍ରଣ ସଭାରେ ମାନସ ମଙ୍ଗରାଜ ଅଧ୍ୟକ୍ଷତା କରିଥିବା ବେଳେ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ ଧନ୍ୟବାଦ ଅର୍ପଣ କରିଛନ୍ତି । ବିଜେଡି ନେତା ମୌସମ ମିଶ୍ର ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details