ଝାରସୁଗୁଡା:ଝାରସୁଗୁଡ଼ା ବିମାନବନ୍ଦରରୁ ମାୟାନଗରୀ ମୁମ୍ବାଇ ସହ ବେଙ୍ଗାଲୁରୁକୁ ବିମାନ ଉଡ଼ାଣ ଆରମ୍ଭ ହେବ । ଝାରସୁଗୁଡା ବିମାନବନ୍ଦରରୁ ଆସନ୍ତା ୧୨ ତାରିଖରୁ ମୁମ୍ବାଇ ଏବଂ ବେଙ୍ଗାଲୁରୁକୁ ଆରମ୍ଭ ହେବ ବିମାନ ସେବା । ଏହି ସେବା ଯୋଗାଇଦେବ ସ୍ପାଇସ ଜେଟ୍ । ଏହି ସେବା ସପ୍ତାହରେ ୪ ଦିନ ଉପଲବ୍ଧ ହେବ । ମଙ୍ଗଳବାର, ଗୁରୁବାର, ଶନିବାର ଓ ରବିବାର ଏହି ରୁଟ୍ରେ ବିମାନ ଉଡ଼ାଣ କରିବ । ଏଥିପାଇଁ ବୁକିଂ ଆରମ୍ଭ ହୋଇଛି । ଏନେଇ ଝାରସଗୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି ।
ବିମାନ ସେବା ଆରମ୍ଭ ଦ୍ୱାରା ଓଡ଼ିଶାର ଅର୍ଥନୀତି ସୁଦୁୃଢ ହେବ । ସ୍ପାଇସଜେଟ ପକ୍ଷରୁ ମୁମ୍ବାଇ-ଝାରସୁଗୁଡା-ବେଙ୍ଗାଲୁରୁ ସେକ୍ଟରରେ ବୋଇଂ ୭୩୭ ଚଳାଚଳ କରିବ ଓ ସପ୍ତାହକୁ ୪ ଦିନ ଏହି ବିମାନ ସେବା ଉପଲବ୍ଧ ହେବ । ଫଳରେ, ପଶ୍ଚିମ ଓଡ଼ିଶାର ଯାତ୍ରୀଙ୍କୁ ଆଉ କନେକ୍ଟିଂ ଫ୍ଲାଇଟ୍ ଧରିବାକୁ ପଡ଼ିବ ନାହିଁ । ନୂଆବର୍ଷରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଝାରସୁଗୁଡ଼ାରୁ ବିମାନ ସେବା ଆରମ୍ଭ ହେବାକୁ ଯାଉଥିବାରୁ ସ୍ଥାନୀୟ ଲୋକେ ଖୁସିବ୍ୟକ୍ତ କରିଛନ୍ତି ।