ଝାରସୁଗୁଡା: ଝାରସୁଗୁଡା ବିମାନ ବନ୍ଦରରେ ସ୍ପାଇସ୍ ଜେଟ୍ର ଝାରସୁଗୁଡା-ଦିଲ୍ଲୀ ବିମାନ ସେବା ବନ୍ଦ ଖବର ଗୁଜବ । ଏନେଇ କିଛି ଛପା ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ଗୁଜବ କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ ।
ସ୍ପାଇସ୍ ଜେଟ୍ର ଝାରସୁଗୁଡା-ଦିଲ୍ଲୀ ବିମାନ ସେବାବନ୍ଦ ଖବର ଗୁଜବ, ସ୍ପଷ୍ଟ କଲେ ବିମାନ ବନ୍ଦର ନିର୍ଦ୍ଦେଶକ - jharsuguda-delhi flight cancel rumor
ଝାରସୁଗୁଡା ବିମାନ ବନ୍ଦରରେ ସ୍ପାଇସ୍ ଜେଟ୍ର ଝାରସୁଗୁଡା-ଦିଲ୍ଲୀ ବିମାନ ସେବା ବନ୍ଦ ଖବର ଗୁଜବ । ଏନେଇ କିଛି ଛପା ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ଗୁଜବ କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ ।
![ସ୍ପାଇସ୍ ଜେଟ୍ର ଝାରସୁଗୁଡା-ଦିଲ୍ଲୀ ବିମାନ ସେବାବନ୍ଦ ଖବର ଗୁଜବ, ସ୍ପଷ୍ଟ କଲେ ବିମାନ ବନ୍ଦର ନିର୍ଦ୍ଦେଶକ](https://etvbharatimages.akamaized.net/etvbharat/prod-images/768-512-3885901-790-3885901-1563557842782.jpg)
ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
ସୂଚନା ଅନୁଯାୟୀ, ଶୁକ୍ରବାର କିଛି ଛପା ଗଣମାଧ୍ୟମରେ ସ୍ପାଇସ୍ ଜେଟ୍ର ଝାରସୁଗୁଡା-ଦିଲ୍ଲୀ ବିମାନ ସେବା ବନ୍ଦ ହେବା ନେଇ ଖବର ପ୍ରକାଶ ପାଇଥିଲା । ଏହା ପରେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରେସ୍ ଇସ୍ତାହାର ଜରିଆରେ ଜଣାଇଛନ୍ତି ଯେ, ସେ ସ୍ପାଇସ୍ ଜେଟ୍ର ଉଚ୍ଚ ପଦସ୍ଥ ଅଧିକାରୀ ସହ ସେ ଆଲୋଚନା କରିଛନ୍ତି ସ୍ପାଇସ୍ ଜେଟ୍ର ଝାରସୁଗୁଡା-ଦିଲ୍ଲୀ ଓ ଅନ୍ୟାନ୍ୟ କୌଣସି ବିମାନ ସେବା ବନ୍ଦ ଘଟଣା ସମ୍ପୂର୍ଣ୍ଣ ଗୁଜବ ।
ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ