ଓଡିଶା

odisha

ETV Bharat / state

ପଞ୍ଚାୟତ ନିର୍ବାଚନ ପରିଚାଳନା ପାଇଁ ଝାରସୁଗୁଡା ଜିଲ୍ଲା ପ୍ରଶାସନର ବୈଠକ - ଝାରସୁଗୁଡାରେ ଞ୍ଚାୟତ ନିର୍ବାଚନ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସୁପରିଚାଳନା ନେଇ ବୈଠକ। କୋଭିଡ କଟକଣା ମଧ୍ୟରେ କିଭଳି ନିର୍ବାଚନ ସଠିକ ଭାବେ ପରିଚାଳନା ହେବ, ସେନେଇ ଜିଲ୍ଲାପାଳଙ୍କ ପକ୍ଷରୁ ବୈଠକ ଅନଷ୍ଠିତ ହୋଇଛି । ଅଧିକ ପଢ଼ନ୍ତୁ

ପଞ୍ଚାୟତ ନିର୍ବାଚନ ପରିଚାଳନା ନେଇ ଝାରସୁଗୁଡା ଜିଲ୍ଲା ପ୍ରଶାସନର ବୈଠକ
ପଞ୍ଚାୟତ ନିର୍ବାଚନ ପରିଚାଳନା ନେଇ ଝାରସୁଗୁଡା ଜିଲ୍ଲା ପ୍ରଶାସନର ବୈଠକ

By

Published : Jan 24, 2022, 2:34 PM IST

ଝାରସୁଗୁଡା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହେବା ପରେ ନାମାଙ୍କନ ପତ୍ରଗୁଡିକର ଯାଞ୍ଚ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି । ଆଜି (ବୁଧବାର)ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ପରିଚାଳନା ନେଇ ଏକ ପ୍ରାଥମିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଡିଏମଏଫ ହଲରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ସରୋଜ କୁମାର ସାମଲ ଅଧ୍ୟକ୍ଷତା କରିଥିଲେ।

ପଞ୍ଚାୟତ ନିର୍ବାଚନ ପରିଚାଳନା ନେଇ ଝାରସୁଗୁଡା ଜିଲ୍ଲା ପ୍ରଶାସନର ବୈଠକ

ଏଥିରେ ଜିଲ୍ଲାର ବୁଥ ପରିସ୍ଥିତି, ନିର୍ବାଚନ ଆଚରଣ ବିଧିକୁ କଡାକଡି ଭାବରେ ପାଳନ କରାଯିବା ସହ କୋଭିଡ ଗାଇଡଲାଇନ ପାଳନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରାର୍ଥୀମାନେ ୫ ଜଣ ଲୋକଙ୍କୁ ନେଇ ସମାଜିକ ଦୂରତା ରକ୍ଷା କରି ନିର୍ବାଚନ ପ୍ରଚାର କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ନିର୍ବାଚନ ପ୍ରଚାର ସମୟରେ ସମସ୍ତ ପ୍ରକାର ରାଲି, ମିଟିଂ ଆଦିକୁ ବାରଣ କରାଯାଇଛି ।

ସମ୍ବେଦନଶୀଳ ବୁଥ ଗୁଡିକରେ ସୁରୁଖୁରୁରେ ନିର୍ବାଚନ ପରିଚାଳନା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହି ବୈଠକରେ ଜିଲ୍ଲାପାଳ ସରୋଜ କୁମାର ସାମଲ ଝାରସୁଗୁଡା ଜିଲ୍ଲା ନିର୍ବାଚନ ପର୍ଯ୍ୟବେକ୍ଷକ ଇନ୍ଦ୍ରମଣି ତ୍ରିପାଠୀ, ଏସପି ବିକାଶ ଚନ୍ଦ୍ର ଦାସ ପ୍ରମୁଖଙ୍କସହ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସମସ୍ତ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ଆଗମୀ ତ୍ରିସ୍ତରୀୟ ନିର୍ବାଚନ ପାଇଁ ଝାରସୁଗୁଡା ଜିଲ୍ଲାରେ ମୋଟ ୨ ହଜାର ୨ଶହ ୩୮ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳ ୨ ହଜାର ୧ ଶହ ୭୯ ପ୍ରାର୍ଥୀଙ୍କ ପ୍ରର୍ଥୀପତ୍ର ବଜାୟ ରହିଛି । ନିର୍ବାଚନ ପରିଚାଳନା ପାଇଁ ଝାରସୁଗୁଡା ଜିଲ୍ଲାରେ ୯୩୬ଟି ବୁଥ କରାଯାଇଥିବାବେଳେ ସେଥିମଧ୍ୟରୁ ୨୫ଟି ହାଇପର ସେନସିଟିଭ, ୧୫୨ଟି ସେନସିଟିଭି ଏବଂ ୭୫୯ଟି ସାଧାରଣ ବୁଥ ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ABOUT THE AUTHOR

...view details