ଓଡିଶା

odisha

ETV Bharat / state

ଆବାସ ଯୋଜନାରେ କେଳେଙ୍କାରୀ, ଭିଡିଓ ଭାଇରାଲ ପରେ ସାମ୍ନାକୁ ଆସିଲେ ଅଧିକାରୀ - ଭିଡିଓ ଭାଇରାଲ ପରେ ସାମ୍ନାକୁ ଆସିଲେ ଅଧିକାରୀ

ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ । ମନରେଗା(ଏମଜିଏନଆରଇଜିଏ)ରୁ ଆସିଥିବା ଲକ୍ଷାଧିକ ଟଙ୍କାକୁ ବିଭାଗୀୟ କର୍ମୀ ଚଳୁ କରିଥିବାର ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

Irregularity in Abash yojana
ଆବାସ ଯୋଜନାରେ କେଳେଙ୍କାରୀ

By

Published : Nov 27, 2019, 1:28 PM IST

ଝାରସୁଗୁଡା: ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ । ମନରେଗା(ଏମଜିଏନଆରଇଜିଏ)ରୁ ଆସିଥିବା ଲକ୍ଷାଧିକ ଟଙ୍କାକୁ ବିଭାଗୀୟ କର୍ମୀ ଚଳୁ କରିଥିବାର ଅଭିଯୋଗ ହୋଇଛି । ଝାରସୁଗୁଡା ଲଖନପୁରବ୍ଲକ ପଞ୍ଚଗାଁ ପଞ୍ଚାୟତର କନିଷ୍ଠ ପ୍ରକାଶ ସାହୁ ଓ ପଞ୍ଚଗାଁ ପଞ୍ଚାୟତର ଜିଆରଏସ ପ୍ରଭାତ ସାଙ୍କ ଦୁର୍ନୀତି ହୋଇଥିବା ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ନିରପେକ୍ଷ ତଦନ୍ତ କରିବାକୁ ସାମାଜିକ ଗଣମାଧ୍ୟମ ଦାବି କରିଛନ୍ତି ଉକ୍ତ କନିଷ୍ଠ ଯନ୍ତ୍ରୀ ପ୍ରକାଶ ସାହୁ ।

ଆବାସ ଯୋଜନାରେ କେଳେଙ୍କାରୀ

ଯଦି ଏତେ ବଡ ଦୁର୍ନୀତି ହୋଇଛି ତେବେ କିଭଳି ଉପରିସ୍ଥ ଅଧିକାରୀ ଜାଣିପାରିଲେ ନାହିଁ ? ତେଣୁ ଏହା ଅଯଥାରେ ରାଜ୍ୟ ସରକାର ଓ ପ୍ରଶାସନକୁ ବଦନାମ କରାଯାଉଥିବାର କହିଛନ୍ତି ଉକ୍ତ କନିଷ୍ଠ ଯନ୍ତ୍ରୀ ।

ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଏକ ଭିଡିଓ ଭାଇରାଲ ହେବାର ଲାଗିଛି । ଯେଉଁଥିରେ ପଞ୍ଚଗାଁ ପଞ୍ଚାୟତକୁ ଗତ 6 ବର୍ଷ ମଧ୍ୟରେ ଆବାସ ଯୋଜନାରେ(ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଓ ବିଜୁ ପକ୍କା ଘର)ମନରେଗାରୁ ଆସିଥିବା ମୋଟ 22ଲକ୍ଷ 32 ହଜାର ଶ୍ରମିକମାନଙ୍କୁ ପାଉଣା ଦିଆଯାଇଥିଲା । ହେଲେ ବର୍ଷକୁ 6 କ୍ଷ ରୁ 16 ଲକ୍ଷ ଟଙ୍କା ଶ୍ରମିକ ପାଉଣାରେ ଦୁର୍ନୀତି ହୋଇଥିବା ନେଇ ଏହି ଭିଡିଓରେ ଦେଖିବାକୁ ମିଳିଥିଲା ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details