ଓଡିଶା

odisha

ETV Bharat / state

International Yoga Day: ଝାରସୁଗୁଡାରେ ଯୋଗ ଦିବସ ପାଳିତ - ଆନ୍ତର୍ଜାତୀୟ ଯୋଗ ଦିବସ

ଝାରସୁଗୁଡ଼ା ସହର ସ୍ଥିତ ମନମୋହନ ସ୍କୁଲ ପଡ଼ିଆ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ । ଅଧିକ ପଢନ୍ତୁ

International Yoga Day
International Yoga Day

By

Published : Jun 21, 2023, 2:00 PM IST

ଝାରସୁଗୁଡାରେ ଯୋଗ ଦିବସ ପାଳିତ

ଝାରସୁଗୁଡା:ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ଯୋଗ ଦ୍ବାରା ମନ ଶାନ୍ତ ଓ ଦେହ ସୁସ୍ଥ ରହିଥାଏ । ଏହା ଦ୍ବାରା ନିଜର କ୍ରୋଧ ଓ ଚିନ୍ତାକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇଥାଏ । ତେଣୁ ଏହାର ଉପାଦେୟତାକୁ ବୁଝି ପ୍ରତିବର୍ଷ ଜୁନ ୨୧ ତାରିଖରେ ପାଳନ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ଏଥରର ଥିମ ରହିଛି ବସୁଧୈବ କୁଟୁମ୍ବକମ୍‌ । ତେବେ ଏହି ବିଶେଷ ଦିନକୁ ଆହୁରି ଅଧିକ ବିଶେଷ କରିବା ପାଇଁ ସବୁଠି ଯୋଗାସନର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଝାରସୁଗୁଡ଼ା ସହର ସ୍ଥିତ ମନମୋହନ ସ୍କୁଲ ପଡ଼ିଆ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି ।

ଏହା ମଧ୍ୟ ପଢନ୍ତୁ -International Yoga Day: ରାଜଧାନୀରେ ଯୋଗଭ୍ୟାସ କଲେ ବିଜେପି ନେତା

ତେବେ ଏହି ଅବସରରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଝାରସୁଗୁଡ଼ା ଏସ.ପି. ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଝାରସୁଗୁଡ଼ା ଯୋଗ ଦିବସ ସମାରୋହ ସମିତି ଦ୍ବାରା ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ାର ବିଭିନ୍ନ ସାମାଜିକ ଅନୁଷ୍ଠାନ, କ୍ଳବ, ସ୍ବେଚ୍ଛାସେବୀ ସଂଗଠନ, ସ୍କୁଲ କଲେଜର ଛାତ୍ରଛାତ୍ରୀ ଯୋଗଦେଇ ଯୋଗ ଅଭ୍ୟାସ କରିଥିଲେ । ଶେଷରେ ଘନଶ୍ୟାମ ମେହେର, ମୋନାଲି ବେହେରା ଓ ପ୍ରିୟା ଶୁକ୍ଳା ସ୍ଵତନ୍ତ୍ର ଯୋଗ ପରିବେଷଣ କରିଥିଲେ । ନିୟମିତ ଯୋଗ କଲେ ଦେହ, ମନ ସୁସ୍ଥ ରହେ। ଏଣୁ ନିୟମିତ ଯୋଗ କରିବାକୁ ଉପସ୍ଥିତି ଅତିଥି ପରାମର୍ଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ -International Yoga Day: ଯୋଗ ଦିବସରେ ଯୋଗାଭ୍ୟାସ କଲେ ରାଜନେତା

ପ୍ରକାଶ ଥାଉକି, ୨୦୧୫ରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହେଉଛି । ଆମେରିକାର ମିଳିତ ଜାତିସଂଘ ସାଧାରଣ ପରିଷଦର ୬୯ତମ ଅଧିବେଶନକୁ ପ୍ରଥମ କରି ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଯୋଗ ଦିବସ ପାଇଁ ପ୍ରସ୍ତାବ ରଖିଥିଲେ । ଏହା ପରେ ଜୁନ୍ ୨୧କୁ ଭାରତ ସମେତ ବିଭିନ୍ନ ରାଷ୍ଟ୍ର ଏହି ଦିବସକୁ ପାଳନ କରୁଛନ୍ତି । ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ନବମ ସଂସ୍କରଣ । 5000 ବର୍ଷର ଯୋଗ ସଂସ୍କୃତି । 2014 ମୋଦି ସରକାର ଆସିବା ପରେ ଏହାକୁ ବିଶ୍ବରେ ମାନ୍ୟତା ମିଳିଛି । ଶରୀରକୁ ନିରୋଗୀ ଏବଂ ସୁସ୍ଥ ରଖିବା ପାଇଁ ଯୋଗ ଏକ ଗୁରୁତ୍ବପୂର୍ଣ୍ଣ ମାଧ୍ୟମ ।

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details