ଓଡିଶା

odisha

ETV Bharat / state

ଦୀପାଳିଙ୍କୁ ଝାରସୁଗୁଡାବାସୀଙ୍କ ଆଶୀର୍ବାଦ ମିଳୁ: ନବ ଦାସଙ୍କ ବୋହୂ ଚାରଭି - ପ୍ରବାଦ ପୁରୁଷ ବିଜୁ ବାବୁ

ଝାରସୁଗୁଡା ଜିଲ୍ଲା କଁଟାପାଳି ଷ୍ଟାଡିୟମରେ ଆଜି ବିଶ୍ୱ ମହିଳା ଦିବସ ପାଳନ କରାଯାଇଛି । ଏଥିରେ ପୂର୍ବତନ ମନ୍ତ୍ରୀ ନବ ଦାସ ଝିଅ ଦୀପାଳି ଦାସ, ବୋହୁ ଚାରଭି ଦାସଙ୍କ ସହ ବିଜେଡି କର୍ମୀମାନେ ଯୋଗ ଦେଇଥିଲେ। ଅଧିକ ପଢନ୍ତୁ

international womens day
international womens day

By

Published : Mar 13, 2023, 7:05 AM IST

international womens day

ଝାରସୁଗୁଡା:କଣ୍ଟାପାଳି ଷ୍ଟାଡିୟମରେ ପାଳିତ ହୋଇଯାଇଛି ବିଶ୍ବ ମହିଳା ଦିବସ । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ଓ ତାଙ୍କ ବୋହୁ ଚାରଭି ଦାସ ଯୋଗ ଦେଇଥିଲେ । ଏଥିସହ ବିଜେଡି କର୍ମୀ ମାନେ ଯୋଗ ଦେଇ ପ୍ରବାଦ ପୁରୁଷ ବିଜୁ ବାବୁ, ପୂର୍ବତନ ମନ୍ତ୍ରୀ ନବ ଦାସ ଓ କିଶୋର ମହାନ୍ତିଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ଦୀପ ପ୍ରଜ୍ବଳନ କରିଥିଲେ । ଏନେଇ ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାର କାର୍ଯ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀକୁ ସହାୟତା, ନାରୀ ଶିକ୍ଷା, ନିଯୁକ୍ତି ତଥା ଆତ୍ମ ନିର୍ଭରଶୀଳ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା ।

ଅନ୍ୟପଟେ ଦୀପାଳିଙ୍କୁ ପ୍ରତିଦିନ ନବ ଦାସ ଫୋନ କରିବା ସହ ଶୀଘ୍ର ଘରକୁ ଆସିବା ପାଇଁ କହୁଥିଲେ । ଏଥିସହ ଜାନୁଆରୀ 29 ତାରିଖ ହିଁ ଘରକୁ ଆସିବା ପାଇଁ କହିଥିଲେ ହେଲେ ଦୀପାଳି ବିଦେଶରେ ଥିବାରୁ ଆସି ପାରିନଥିଲେ ଏବଂ ତାହା ହିଁ ତାଙ୍କର ଶେଷ କଥା ଥିଲା ବୋଲି ଦୀପାଳି ଦାସ କହିଛନ୍ତି । ସେହିପରି ଦୀପାଳି ଝାରସୁଗୁଡା ବାସୀଙ୍କ ବିଶ୍ୱାସ ଏବଂ ଆଶୀର୍ବାଦ ଜିତନ୍ତୁ ଏହା ହିଁ ଆମ ଆଶା ନବ ଦାସଙ୍କ ବୋହୁ ଚାରଭି ଦାସ କହିଛନ୍ତି ।

ତେବେ ଗତ ଶନିବାର ଝାରସୁଗୁଡ଼ା ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା। ଯେଉଁଥିରେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଥିବା MBK ଏବଂ CRP କର୍ମୀ ମାନେ ବିଜୁ ଜନତା ଦଳ ର ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ଏବଂ ଲଇକେରା ଠାରେ ବିଜେଡିର ଦଳୀୟ ସଭାରେ ସରକାରୀ କର୍ମଚାରୀ ମାନେ ସାଧାରଣ ମହିଳା ମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ସଭା ସ୍ଥଳ ଆଣୁଥିବା ଅଭିଯୋଗ କରିଥିଲା ବିଜେପି ।

ସେପଟେ ବିଜେପି ର କହିବା ମୁତାବକ ସମ୍ପୂର୍ଣ୍ଣ ଭାବରେ ବିଜେଡିର ଏଜେଣ୍ଟ ଭାବରେ ଏହି MBK ଓ CRP ଷ୍ଟାଫ କାମ କରୁଛନ୍ତି । ଭାରତୀୟ ଜନତା ପାର୍ଟି ଏହାକୁ ଦୃଢ ନିନ୍ଦା କରୁଛି ଏବଂ ଏଥିରେ ସଂଶ୍ଲିଷ୍ଟ ଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନେଇ ଆଗାମୀ ଦିନରେ ଏହି ଭଳିଆ ଦଲାଲ ଗିରି କାମ କୁ ବନ୍ଦ କରନ୍ତୁ ବୋଲି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ କହିଥିଲେ । ହେଲେ ଅନ୍ୟପଟେ ଆଜି ଏହାକୁ ଦିପାଳୀ ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ ଟିପଣୀ ବୋଲି କହିଛନ୍ତି। ଏଥି ସହିତ ଲୋକଙ୍କ ଭଲ ପାଇବାକୁ ବିରୋଧୀ ସହଜରେ ଗ୍ରହଣ କରି ପାରୁନଥିବା କହିଛନ୍ତି । ଏହା ନବଙ୍କ ପରିବାର । ଏବଂ ନବ ଙ୍କ ପରିବାର କୁ ଏଭଳି କହିବା ଉଚିତ ନୁହେଁ ବୋଲି କହିଛନ୍ତି ଦିପାଳୀ ।

ଇଟିଭି ବାରତ, ଝାରସୁଗୁଡା

ABOUT THE AUTHOR

...view details