ଓଡିଶା

odisha

ETV Bharat / state

ସଫଳତାରେ ବାଧକ ସାଜିଲାନି ଦାରିଦ୍ର୍ୟ: ନିଟ୍‌ରେ ଉତ୍ତୀର୍ଣ୍ଣ ଉପାନ୍ତ ଅଞ୍ଚଳର 2 ପ୍ରତିଭା - ଝାରସୁଗୁଡାରେ ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣଟ

ପାଠରେ ଧନୀ ଗରିବ ନଥାଏ । ଆଉ ସଫଳତା ପାଇଁ ଅର୍ଥ ସବୁକିଛି ନୁହେଁ ବରଂ ଦରକାର ଦୃଢ ମନୋବଳ , ଗଭୀର ଆତ୍ମବିଶ୍ବାସ ଆଉ କଠିନ ପରିଶ୍ରମ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଉପାନ୍ତ ଅଞ୍ଚଳର ରିମାରାଣୀ ସାହୁ ଓ ବିବେକାନନ୍ଦ ପ୍ରଧାନ । ଅଧିକ ପଢନ୍ତୁ..

ସଫଳତାରେ ବାଧକ ହେଲାନି ଗରିବୀ : ନିଟ୍‌ରେ ଉତ୍ତୀର୍ଣ୍ଣ ଉପାନ୍ତ ଅଞ୍ଚଳର 2 ପ୍ରତିଭା
ସଫଳତାରେ ବାଧକ ହେଲାନି ଗରିବୀ : ନିଟ୍‌ରେ ଉତ୍ତୀର୍ଣ୍ଣ ଉପାନ୍ତ ଅଞ୍ଚଳର 2 ପ୍ରତିଭା

By

Published : Oct 20, 2020, 10:01 PM IST

ଝାରସୁଗୁଡା: ଓଡିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରୁ ପ୍ରଥମ ଥର ପାଇଁ ନିଟ ପରୀକ୍ଷାରେ ଭଲ ନମ୍ବର ପାଇ ଡାକ୍ତରୀ ପଢିବେ ଚାରି ଜଣ ଛାତ୍ରଛାତ୍ରୀ । ଆଉ ଏମାନଙ୍କ ମଧ୍ୟରେ ଦୁଇ ବିରଳ କୃତିତ୍ବ ହେଲେ ରିମାରାଣୀ ସାହୁ ଓ ବିବେକାନନ୍ଦ ପ୍ରଧାନ । ନିଷ୍ଠା ଓ କଠିନ ପରିଶ୍ରମ ବଳରେ ଗରିବୀକୁ ମାତ ଦେଇ ଏମାନେ ନିଜ ଗାଁର ଗୌରବ ସାଜିଥିବା ବେଳେ ଅନ୍ୟମାନଙ୍କ ପାଇଁ ପାଲଟିଚନ୍ତି ପ୍ରେରଣା ।

ସଫଳତାରେ ବାଧକ ହେଲାନି ଗରିବୀ : ନିଟ୍‌ରେ ଉତ୍ତୀର୍ଣ୍ଣ ଉପାନ୍ତ ଅଞ୍ଚଳର 2 ପ୍ରତିଭା

ଏମାନଙ୍କ ମଧ୍ୟରୁ ଜଣେ ହେଲେ ଝାରସୁଗୁଡା ଲଖନପୁର ବ୍ଲକ ରେଙ୍ଗାଲି ଗ୍ରାମର ରିମାରାଣୀ ସାହୁ । ବାପା ତାଙ୍କର ହାଟକୁ ହାଟ ସାଇକେଲରେ ବୁଲି ଲଙ୍କା, ଅଦା ଧନିଆ ପତ୍ର ବିକ୍ରି କରୁଥିବା ବେଳେ ପୂରା ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଇଥିବା ଘରେ ରୁହନ୍ତି । କିନ୍ତୁ ଝିଅ ଡାକ୍ତର ହେବା ସ୍ବପ୍ନକୁ ସାକାର ପାଇଁ ଅଟକିନଥିଲେ । ଦୁର୍ବଳ ଆର୍ଥିକ ସ୍ଥିତି ମଧ୍ୟରେ ବି ସେ ଦିନରାତି କଷ୍ଟ କରି ନିଟ ପରୀକ୍ଷାରେ ୭୨୦ ମାର୍କରୁ ୬୩୩ ମାର୍କ ରଖିଛନ୍ତି । ସଫଳତାର ମନ୍ତ୍ର କଣ ? ପଚାରିଲେ ରିମା କୁହନ୍ତି କି, ମୋ ପାଇଁ ବାପାଙ୍କ କଠିନ ପରିଶ୍ରମ ହିଁ ମତେ ପାଠ ପଢିବାକୁ ପ୍ରୋତ୍ସାହିତ କରିଛି । ଓଡିଶାରେ ମେଡ଼ିକାଲ ପଢିବାକୁ ଇଛା ପ୍ରକାଶ କରିବା ସହ ଭବିଷ୍ୟତରେ ଗରିବଙ୍କ ସେବା କରିବି ବୋଲି ସେ କହିଛନ୍ତି ।

ସେହିଭଳି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ସୁକୁଲପାଲି ଗ୍ରାମର ବିବେକାନନ୍ଦ ପ୍ରଧାନ । ବିବେକାନନ୍ଦଙ୍କ ବାପା ଜୀସୁ ପ୍ରଧାନ ଜଣେ ଚାଷୀ ହେବ ସହ ବିଭିନ୍ନ ଭୋଜିଭାତରେ ସେ ରୋଷେଇ କରିବାକୁ ଯାଆନ୍ତି । ଜୀସୁଙ୍କ ଆର୍ଥିକ ସ୍ଥିତି ଠିକ ନଥିବାବେଳ ପୁଅକୁ ଭଲମଣିଷ କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି । ବିବେକାନନ୍ଦଙ୍କ ଦୁଇ ବଡ଼ ଭାଇ ଓ ଜଣେ ଭଉଣୀ ଅଛନ୍ତି । ବିବେକାନନ୍ଦଙ୍କ ପାଇଁ ଘରୋଇ କୋଚିଂ ସେଣ୍ଟରରେ ଫି ଦେବାପାଇଁ ଅସୁବିଧା ହେଉଥିବା ଜାଣି ବିବେକାନନ୍ଦଙ୍କ ଭାଉଜ ନିଜର ସଞ୍ଚୟରୁ ଫିସ ଦେଇଛନ୍ତି ।

ବିବେକାନନ୍ଦ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିଲା ସମୟରେ ବିବେକାନନ୍ଦଙ୍କ ମା’ ରୋଗରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରି ମଧ୍ୟ ପ୍ରାଣ ହରାଇବା ପରେ ବିବେକାନନ୍ଦ ଏକ ପ୍ରକାର ଶପଥ ନେଇଥିଲେ ଯେ ଆଗକୁ ଭଲ ପାଠ ପଢ଼ି ଡାକ୍ତର ହେବେ ଓ ଲୋକଙ୍କ ସେବା କରିବେ । ଶେଷରେ ନିଟ୍‌ ପରୀକ୍ଷାରେ ସଫଳତା ପାଇଁ ଡାକ୍ତରଟିଏ ହେବାର ସ୍ବପ୍ନ ପଥରେ ପାଦ ରଖିଛନ୍ତି । ନିଟ ସର୍ବଭାରତୀୟ ପରୀକ୍ଷାରେ ୭୨୦ ମାର୍କରୁ ୬୦୯ ମାର୍କ ରଖିଛନ୍ତି ବିବେକାନନ୍ଦ । ଏହି ସଫଳତା ପାଇଁ ସେ ଦିନରାତି କଷ୍ଟ କରି । ନିଜର ସଫଳତା ପାଇଁ ବାପା, ଭାଇ-ଭାଉଜଙ୍କ ଆଶୀର୍ବାଦ ଓ ଗୁରୁଜନ ସାହାଯ୍ୟକୁ ଶ୍ରେୟ ଦେଇଛନ୍ତି ।

ରିମାରାଣୀ ଓ ବିବେକାନନ୍ଦଙ୍କ ସଫଳତା ପରେ ଉପାନ୍ତ ଅଞ୍ଚଳରେ ପୁଅ-ଝିଅ ଙ୍କ ମଧ୍ୟରେ ଉଚ୍ଚତର ଶିକ୍ଷା ଦେବାରେ ପାତର ଅନ୍ତର କରୁଥିବା ଅଭିଭାବକ ମାନଙ୍କ ପାଇଁ ଏକ ଶିକ୍ଷା ହେବ । ଏଥିସହ ଉପାନ୍ତ ଅଞ୍ଚଳରେ ପାଠପଢାରେ ଏକ ବାତାବରଣ ସୃଷ୍ଟି ହେବ ବୋଲି ସାମାଜିକ କର୍ମୀ ଓ ବୁଦ୍ଧିଜୀବୀ କହିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details