ଓଡିଶା

odisha

By

Published : Jun 9, 2021, 10:57 PM IST

ETV Bharat / state

ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ଏବଂ ଅକ୍ସିଜେନ ପାଇପ୍ ଲାଇନ ସପୋର୍ଟ ବେଡ୍ ଲୋକାର୍ପିତ

ଝାରସୁଗୁଡା କୋଭିଡ ହସ୍ପିଟାଲରେ ଅତିରିକ୍ତ 20 ଟି ଆଇସିୟୁ ବିଶିଷ୍ଟ ଶଯ୍ୟା, 40 ଟି ଅକ୍ସିଜେନ ପାଇପ୍ ଲାଇନ ସପୋର୍ଟ ଶଯ୍ୟା ଏବଂ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ପାଇଁ ଆଇସିୟୁ ଯୁକ୍ତ ଆମ୍ବୁଲାନ୍ସ ଲୋକାର୍ପିତ । ଅଧିକ ପଢନ୍ତୁ...

ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ଏବଂ ଅକ୍ସିଜେନ ପାଇପ୍ ଲାଇନ ସପୋର୍ଟ ବେଡ୍ ଲୋକାର୍ପିତ
ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ଏବଂ ଅକ୍ସିଜେନ ପାଇପ୍ ଲାଇନ ସପୋର୍ଟ ବେଡ୍ ଲୋକାର୍ପିତ

ଝାରସୁଗୁଡା: ଜିଲ୍ଲା କୋଭିଡ ହସ୍ପିଟାଲରେ ଅତିରିକ୍ତ 20 ଟି ଆଇସିୟୁ ବିଶିଷ୍ଟ ଶଯ୍ୟା, 40 ଟି ଅକ୍ସିଜେନ ପାଇପ୍ ଲାଇନ ସପୋର୍ଟ ଶଯ୍ୟା ଏବଂ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ପାଇଁ ଆଇସିୟୁ ଯୁକ୍ତ ଆମ୍ବୁଲାନ୍ସ ଲୋକାର୍ପିତ ହୋଇଛି । ଆଜି(ବୁଧବାର) ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠିରୁ ଏହି ସମସ୍ତ ସୁବିଧାକୁ ଭର୍ଚୁଆଲ୍ ମୋଡରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦସ ଉଦଘାଟନ କରିଛନ୍ତି ।

ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ଏବଂ ଅକ୍ସିଜେନ ପାଇପ୍ ଲାଇନ ସପୋର୍ଟ ବେଡ୍ ଲୋକାର୍ପିତ

ଏହି ଅବସରରେ ଭର୍ଚୁଆଲରେ ଜିଲ୍ଲାପାଳଙ୍କ ସହ ସାଂସଦ ସୁରେଶ ପୁଜାରୀ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ସହ ବିମାନବନ୍ଦର ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ ।

ଝାରସୁଗୁଡା ଜିଲ୍ଲା କୋଭିଡ ହସ୍ପିଟାଲରେ ଶଯ୍ୟାସଂଖ୍ୟା ବୃଦ୍ଧି ସହ ଆଇସିୟୁ ବେଡ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ଥିବାବେଳେ ଖୁବଶୀଘ୍ର ବନ୍ଧବାହାଲ ଠରେ 150 ଶଯ୍ୟା ବିଶିଷ୍ଟ ଅନ୍ୟ ଏକ କୋଭିଡ ହସ୍ପିଟାଲ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଏଥିସହ କୋରୋନାର ତୃତୀୟ ଲହର ପୁର୍ବରୁ ସରକାର ସଜାଗ ରହି ସମସ୍ତ ପ୍ରସ୍ତୁତି ଅରମ୍ଭ କରି ଦେଇଛନ୍ତି ବୋଲି ସେ କହିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details