ଝାରସୁଗୁଡା: ପଶ୍ଚିମ ଓଡିଶାର ଅନ୍ୟତମ ଚର୍ଚ୍ଚିତ ବିଧାନସଭା ଆସନ ହେଉଛି ଝାରସୁଗୁଡା । ଏଠାରେ ଦ୍ବିମୁଖୀ ଲଢେଇ ହୋଇଥାଏ । ପୂର୍ବରୁ ଏଠାରେ କଂଗ୍ରେସ ଓ ବିଜେଡି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଥିଲା । ଖଣିଖାଦାନ ଭରା ଏହି ନିର୍ବାଚନମଣ୍ଡଳୀରେ ଏଥର ଦେଖିବାକୁ ମିଳିବ ତ୍ରିକୋଣୀୟ ମୁକାବିଲା ।
ଏଥର ବିଜୟ ନେଇ ଆଶାବାଦୀ: ଦିନେଶ ଜୈନ - bjp candidate
ଝାରସୁଗୁଡା ବିଧାନସଭାରେ ଲଢେଇ ବେଶ ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ହେବାର ସମ୍ଭାବାନ ଦେଖାଦେଇଛି। ଚଳିତ ଥର ଏହି ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଦିନେଶ ଜୈନ ନିଜର ବିଜୟ ନେଇ ଆଶାବାଦୀ ଅଛନ୍ତି ।
ଝାରସୁଗୁଡା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ନବ ଦାସଙ୍କୁ ଏଥର ଟକ୍କର ଦେବେ ବିଜେପି ଓ କଂଗ୍ରେସ । ଏ ନିର୍ବାଚନମଣ୍ଡଳୀ ଆଗରୁ କଂଗ୍ରେସର ଗଡ଼ କୁହାଯାଉଥିଲା । କାରଣ ଏଠାରୁ କଂଗ୍ରେସ ଟିକେଟର ଲଗାତାର ଦୁଇଥର ନିର୍ବାଚନ ଜିତିଥିବା ନବ ଦାସ ବର୍ତ୍ତମାନ ଦଳ ପରିବର୍ତ୍ତନ କରି ବିଜେଡ଼ି ଦଳରେ ସାମିଲ ହୋଇଛନ୍ତି ଓ ଏବଂ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି ।
ଏଥରର ଲଢେଇ ମଧ୍ୟରେ ବିଜେପି ପ୍ରାର୍ଥୀ ଦିନେଶ ଜୈନ ମଧ୍ୟ ସାମିଲ ହୋଇଛନ୍ତି । ଗତ 2009 ନିର୍ବାଚନ ଏଠାରୁ ବିଜେପି ପ୍ରାର୍ଥୀ ଭାବେ ଦିନେଶ ମୈଦାନକୁ ଓହ୍ଲାଇଥିଲେ ମଧ୍ୟ ପରାସ୍ତ ହୋଇଥିଲେ । ଏଥର ବିଜୟୀ ହେବା ନେଇ ନିଜେ ଆଶାବାଦୀ ସେ ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଈଟିଭି ଭାରତ