ଓଡିଶା

odisha

ETV Bharat / state

ମାନବ ଚୋରାଚାଲାଣ ରାକେଟର ପର୍ଦ୍ଦାଫାସ, ଦେଢଲକ୍ଷ ଟଙ୍କାରେ ରାଜସ୍ଥାନରେ ଯୁବତୀ ବିକ୍ରି ! - ଦେଢଲକ୍ଷ ଟଙ୍କାରେ ରାଜସ୍ଥାନରେ ଜୁବତୀ ବିକ୍ରି

ମାନବ ଚୋରାଚାଲାଣ ରାକେଟର ପର୍ଦ୍ଦାଫାସ କଲା ଝାରସୁଗୁଡା ପୋଲିସ । ଦେଢଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଯୁବତୀକୁ ରାଜସ୍ଥାନରୁ ଉଦ୍ଧାର କଲା ଝାରସୁଗୁଡା ପୋଲିସ । ଅଧିକ ପଢନ୍ତୁ

ମାନବ ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ, ଦେଢଲକ୍ଷ ଟଙ୍କାରେ ରାଜସ୍ଥାନରେ ଜୁବତୀ ବିକ୍ରି
ମାନବ ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ, ଦେଢଲକ୍ଷ ଟଙ୍କାରେ ରାଜସ୍ଥାନରେ ଜୁବତୀ ବିକ୍ରି

By

Published : Apr 15, 2022, 10:55 PM IST

ଝାରସୁଗୁଡ଼ା: ଝାରସୁଗୁଡା ଟାଉନ ଥାନାରେ ଏକ ମାନବ ଚାଲାଣ ମାମଲା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଝାରସୁଗୁଡାରୁ ଜଣେ ଝିଅକୁ ସଙ୍ଗବଦ୍ଧ ଭାବରେ ଝିଅର ଇଚ୍ଛା ବିରୁଦ୍ଧ କିଛି ଲୋକ ରାଜସ୍ଥାନକୁ ନେଇ ବାହାଘର କରିଥିଲେ । ଏହି ଘଟଣାରେ ୨ ଜଣ ଯୁବକ ସହିତ ଜଣେ ମହିଳା ସମ୍ପୃକ୍ତ ଥିବା ବେଳେ ଝିଅକୁ ୧.୫୦ ଲକ୍ଷ ଟଙ୍କାରେ ବିକ୍ରି କରି ବାହାଘର କରିଥିଲେ । ଝିଅ ଜଣକ ମୁସଲିମ ସମ୍ପ୍ରଦାୟର ବୋଲି ଜଣାପଡିଛି । ଏହି ମାମଲାରେ ସମ୍ପୃକ୍ତ ଜଣେ ମହିଳାଙ୍କ ସହ ୫ ଜଣଙ୍କୁ ଗିରଫ କରିଛି ପୋଲିସ ।

ମାନବ ଚୋରାଚାଲାଣ ରାକେଟର ପର୍ଦ୍ଦାଫାସ

ମଧ୍ୟପ୍ରଦେଶ ନିମୂଜର ରାମପୁରା ଅଞ୍ଚଳର ସୁପ୍ରିୟା ପ୍ରଜାପତି ଏହି ଘଟଣାର ମାଷ୍ଟର ମାଇଣ୍ଡ ଥିବା ବେଳେ ଝିଅକୁ ମନୋଜ ପ୍ରଜାପତି ନାମକ ଜଣେ ବ୍ୟକ୍ତି ସହିତ ବିବାହ କରାଇଥିଲେ । ହେଲେ ଟାଉନ ଥାନାରେ ଅଭିଯୋଗ ହେବା ପରେ ଝାରସୁଗୁଡା ପୋଲିସ୍ ଏକ ସ୍ଵତନ୍ତ୍ର ଟିମ ଗଠନ କରି ନୀମୂଜ ଏବଂ କୋଟା (ରାଜସ୍ଥାନ) ପହଞ୍ଚି ଝିଅକୁ ଉଦ୍ଧାର କରିବା ସହିତ ସୁପ୍ରିୟା ପ୍ରଜାପତି ଏବଂ ମନୋଜ ପ୍ରଜାପତିକୁ ରିମାଣ୍ଡରେ ଅଣିଛି । ଏସ.ପି ବିକାଶ ଚନ୍ଦ୍ର ଦାସ କହିଛନ୍ତି, ଝାରସୁଗୁଡା ଅଞ୍ଚଳରେ ଏହା ପ୍ରଥମ ମାନବ ଚାଲାଣ କେସ ହୋଇଥିବା ବେଳେ ଏହି ଗ୍ୟାଙ୍ଗକୁ ଝାରସୁଗୁଡା ପୋଲିସ୍ ଧରିବାରେ ସଫଳ ହୋଇଛି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ABOUT THE AUTHOR

...view details