ଓଡିଶା

odisha

ETV Bharat / state

ନୂଆଖାଇ ପାଇଁ ଚଳଚଞ୍ଚଳ ଝାରସୁଗୁଡା ବିମାନ ବନ୍ଦର - ନୂଆଖାଇ

ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ସହରରୁ ଗାଁ ସବୁ ଚଳଚଞ୍ଚଳ । ରାଜ୍ୟ ବାହାରେ ରହୁଥିବା ପଶ୍ଚିମ ଓଡିଶାବାସୀ ମଧ୍ୟ ନୂଆଖାଇ ପାଳିବାକୁ ଘରମୁହାଁ ହୋଇଛନ୍ତି । ଏଥିପାଇଁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଚଳଚଞ୍ଚଳ ହୋଇଛି ।

ଡିଜାଇନ ଫଟୋ

By

Published : Sep 1, 2019, 9:24 PM IST

ଝାରସୁଗୁଡା: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ସହରରୁ ଗାଁ ସବୁ ଚଳଚଞ୍ଚଳ । ଚାରିଆଡେ ନୂଆଖାଇର ମାହୋଲ । ରାଜ୍ୟ ବାହାରେ ରହୁଥିବା ପଶ୍ଚିମ ଓଡିଶାର ଲୋକେ ମଧ୍ୟ ନୂଆଖାଇ ପାଳିବାକୁ ଘରମୁହାଁ ହୋଇଛନ୍ତି । ଏଥିପାଇଁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଚଳଚଞ୍ଚଳ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଧୁମଧାମରେ ନୂଆଖାଇ ପାଳନ କରିବା ପାଇଁ ଯିଏ ଯେଉଁଠି ଥାଉ ନା କାହିଁକି ସମସ୍ତେ ନିଜ ନିଜ ଘରେ ପହଞ୍ଚୁଛନ୍ତି । ତେବେ ପୂର୍ବରୁ ନୂଆଖାଇ ସମୟରେ ଘରକୁ ଆସିବାକୁ ଅସୁବିଧା ହେଉଥିବାବେଳେ ଏବେ ବିମାନବନ୍ଦର ପାଇଁ ସୁବିଧା ହେଉଛି। ଏହାସହ ନୂଆଖାଇ ପାଇଁ ଝାରସୁଗୁଡା ରେଳ ଷ୍ଟେସନ ଏବଂ ବସଷ୍ଟାଣ୍ଡରେ ଯାତ୍ରୀଙ୍କ ଭିଡ ପରିଲକ୍ଷିତ ହେଉଛି । ତେବେ ପଶ୍ଚିମ ଓଡିଶାର ଅନେକ ଲୋକ ସୁଦୂର ନୂଆଦିଲ୍ଲୀ, ହାଇଦ୍ରାବାଦ, ବେଙ୍ଗାଲୁରୁ, ଅହମଦାବାଦ, କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ରହୁଥିବାବେଳେ ଝାରସୁଗୁଡା ବିମାନ ବନ୍ଦରରେ ଭିଡ ଲାଗୁଥିବା ଦେଖିବାକୁ ମିଳୁଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details