ଓଡିଶା

odisha

ETV Bharat / state

କିଶୋର ମହାନ୍ତିଙ୍କ ଦ୍ୱାଦଶାହରେ ସର୍ବଦଳୀୟ ସ୍ମୃତିସଭା

ଦିବଙ୍ଗତ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଆଜି ଦ୍ୱାଦଶାହ । ଏହି ଅବସରରେ ବହୁ ନେତା, ମନ୍ତ୍ରୀ, ସାଂସଦ ବିଧାୟକ, ଜନପ୍ରତିନିଧିମାନେ କିଶୋର ମହାନ୍ତିଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ଅଧିକ ପଢ଼ନ୍ତୁ

By

Published : Jan 10, 2022, 9:37 PM IST

Updated : Jan 10, 2022, 10:02 PM IST

huge blood donation camp held for late mla kishore mohanty twelfth day last rituals
କିଶୋର ମହାନ୍ତିଙ୍କ ଦ୍ୱାଦଶରେ ବିଶାଳ ରକ୍ତଦାନ ଶିବିର ଆୟୋଜିତ

ଝାରସୁଗୁଡ଼ା: ଦିବଙ୍ଗତ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଆଜି ଦ୍ୱାଦଶାହ । ଏହି ଅବସରରେ ବହୁ ନେତା, ମନ୍ତ୍ରୀ, ସାଂସଦ ବିଧାୟକ, ଜନପ୍ରତିନିଧିମାନେ କିଶୋର ମହାନ୍ତିଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ଦିବଙ୍ଗତ ନେତା କିଶୋର ମହାନ୍ତିଙ୍କ ସ୍ମୃତିରେ ଆଜି(ସୋମବାର) ଏକ ବିଶାଳ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା । ତାହା ସହିତ ଝାରସୁଗୁଡ଼ା ସହର ଉପକଣ୍ଠରେ ଥିବା ସତ୍‌ସଙ୍ଗ ଭବନ ଠାରେ ଏକ ସର୍ବଦଳୀୟ ସ୍ମୃତିସଭାର ଆୟୋଜନ କରାଯାଇଥିଲା ।

କିଶୋର ମହାନ୍ତିଙ୍କ ଦ୍ୱାଦଶାହରେ ବିଶାଳ ରକ୍ତଦାନ ଶିବିର, ସର୍ବଦଳୀୟ ସ୍ମୃତିସଭା
ଝାରସୁଗୁଡା ଗଠନରେ କିଶୋର ମହାନ୍ତିଙ୍କ ଭୂମିକା ଅତୁଳନୀୟ । ତାଙ୍କର ବିୟୋଗ ସମଗ୍ର ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି । ତାଙ୍କର ଅକାଳ ବିୟୋଗ ସମଗ୍ର ଓଡିଶାବାସୀଙ୍କୁ ଗଭୀର ଦୁଃଖ ଦେଇଛି ବୋଲି କହିଥିଲେ ଉପସ୍ଥିତ ନେତାଏ । କିଶୋର ମହାନ୍ତି ଝାରସୁଗୁଡ଼ାକୁ ସମୃଦ୍ଧ ଓ ବିକଶିତ ଜିଲ୍ଲା କରିବା ପାଇଁ ଅନେକ ସ୍ୱପ୍ନ ଦେଖିଥିଲେ ବୋଲି କହିଛନ୍ତି ଉପସ୍ଥିତ ନେତା ମନ୍ତ୍ରୀ । ୧୯୯୪ ମସିହା ଜାନୁଆରୀ ୧ ତାରିଖରେ ଝାରସୁଗୁଡା ଜିଲ୍ଲା ଗଠନ ହୋଇଥିଲା । ଝାରସୁଗୁଡ଼ା ଜିଲ୍ଲା ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କିଶୋର ମହାନ୍ତିଙ୍କ ଆଜି ଦ୍ୱାଦଶାହ ଅବସରରେ ଝାରସୁଗୁଡାବାସୀ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରିଛନ୍ତି । ଏଥିରେ କେବଳ ଜିଲ୍ଲା ନୁହେଁ ଜିଲ୍ଲା ବାହାରୁ ମଧ୍ୟ ଲୋକେ ଆସି ରକ୍ତଦାନ କରିଛନ୍ତି ।ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ
Last Updated : Jan 10, 2022, 10:02 PM IST

For All Latest Updates

ABOUT THE AUTHOR

...view details