ଓଡିଶା

odisha

ETV Bharat / state

ହୋମକ୍ୱାରେଣ୍ଟାଇନରେ କୋଭିଡ19 ଗାଇଡ଼ଲାଇନ ଉଲ୍ଲଘଂନ,2 ଜଣଙ୍କ ନାରେ ମାମଲା ରୁଜୁ - ହୋମକ୍ୱାରେଣ୍ଟାଇନରେ ବାର୍ଥଡେ ଏବଂ ବିବାହ ବାର୍ଷିକ ପାଳନ

ହୋମକ୍ୱାରେଣ୍ଟାଇନରେ ବାର୍ଥଡେ ପାର୍ଟି ଏବଂ ବିବାହ ବାର୍ଷିକ ପାଳନ ମହଙ୍ଗା ପଡିଲା । କୋଭିଡ ଗାଇଡ଼ଲାଇନ ନିୟମ ଉଲ୍ଲଘଂନ କରିଥିବାରୁ ବ୍ରଜରାଜନଗର ପୋଲିସ ଦୁଇ ଜଣ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କଲା । ଅଧିକ ପଢନ୍ତୁ...

home-qurantinee-celebrate-birthday-and-marriage-anniversary-party-case-file-two-person-name-in-brajarajnagar
ହୋମକ୍ୱାରେଣ୍ଟାଇନରେ କୋଭିଡ19 ଗାଇଡ଼ଲାଇନ ଉଲ୍ଲଘଂନ,2 ଜଣଙ୍କ ନାମରେ ମାମଲା ରୁଜୁ

By

Published : Jun 22, 2020, 1:40 AM IST

ଝାରସୁଗୁଡା: ହୋମକ୍ୱାରେଣ୍ଟାଇନରେ ବାର୍ଥଡେ ପାର୍ଟି ଏବଂ ବିବାହ ବାର୍ଷିକ ପାଳନ ପଡିଲା ମହଙ୍ଗା । କୋଭିଡ ଗାଇଡ଼ଲାଇନ ନିୟମ ଉଲ୍ଲଘଂନ କରିଥିବାରୁ ବ୍ରଜରାଜନଗର ଥାନାରେ ଦୁଇ ଜଣ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କଲା ଝାରସୁଗୁଡା ଜିଲ୍ଲା ପ୍ରଶାସନ । ଏ ନେଇ ସୂଚନା ଦେଇଛନ୍ତି ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ।

ହୋମକ୍ୱାରେଣ୍ଟାଇନରେ କୋଭିଡ19 ଗାଇଡ଼ଲାଇନ ଉଲ୍ଲଘଂନ,2 ଜଣଙ୍କ ନାମରେ ମାମଲା ରୁଜୁ

ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗରର ଓପିଏମ କଲୋନୀରେ ଗତକାଲି 17ଟି କୋରୋନା ପଜିଟିଭ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ବ୍ୟାପିବା କାରଣ ପାଇଁ ତଦନ୍ତ ଆରମ୍ଭ କରାଯାଇଥିଲା । ସେହି ଅଞ୍ଚଳରେ ନିକଟରେ ଗୁରଗାଓଁରୁ ଜଣେ ମହିଳା ନିଜ ସ୍ୱାମୀ ଓ ପୁଅ ଆସି ମହିଳାଙ୍କ ମାମୁଁ ଘରେ ରହିଥିଲେ । ବ୍ରଜରାଜନଗରରେ ସେହି ଅଞ୍ଚଳରେ ହୋମ କ୍ୱାରେଣ୍ଟାଇନରେ ଥିଲେ । ତେବେ ସେହି ମହିଳା କୋଭିଡ ନିୟମକୁ ନମାନି ବାହାରିବା ସହ ପୁଅର ଜନ୍ମ ଉତ୍ସବର ଆୟୋଜନ କରିବା ସହ ଅନେକ ପରିବାରଙ୍କୁ ଡାକିଥିଲେ ।

ସେହିପରି ଏହି ଅଞ୍ଚଳରେ ଅନ୍ୟ ଜଣେ ପରିବାର ବିବାହର 25 ବର୍ଷ ପୂର୍ତ୍ତି ପାଳନ କରି ଭୋଜିଭାତର ଆୟୋଜନ କରିଥିଲେ । ଯାହାକି ଏହି ସଂକ୍ରମଣ ବ୍ୟାପିଥିଲା । ଏହି ଘଟଣା ଓ ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ କେହି ଭୟଭୀତ ନହେବାକୁ ଜିଲ୍ଲାପାଳ ନିବେଦନ କରିବା ସହ ହୋମ କ୍ବାରେଣ୍ଟାଇନରେ ରହୁଥିବା ଲୋକଙ୍କ ସହ କେହି ନ ମିଶିବାକୁ ନିବେଦନ କରିଛନ୍ତି।

ଝାରସୁଗୁଡାରୁ ରବି ନାରାୟଣ ସାହୁ,ଇଟିଭି ଭାରତ

ABOUT THE AUTHOR

...view details