ଝାରସୁଗୁଡା:ସର୍ବଭାରତୀୟ ଟ୍ରେଡ ପରୀକ୍ଷାରେ(AITT ) ଟପ୍ପର ହେଲେ ହୀରାକୁଦ ITI ଛାତ୍ର ବୀରେନ୍ଦ୍ର ସେଠ । ତାଙ୍କର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ହୀରାକୁଦ ସରକାରୀ ITI ଛାତ୍ର ବୀରେନ୍ଦ୍ର ସେଠ ମେସିନିଷ୍ଟ ଟ୍ରେଡ ଓ ବ୍ରହ୍ମପୁର ITI ଛାତ୍ର ସାଇଚରଣ ଦାଶ ମେକାନିକ ମୋଟର ଭେହିକିଲ ଟ୍ରେଡରେ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ଓଡ଼ିଶାର ଗୌରବ ବୃଦ୍ଧି କରିଛନ୍ତି ।
ଗତ ବର୍ଷ କୋରୋନା ଯୋଗୁଁ ଆଇଟିଆଇ ଶେଷ ବର୍ଷ ପରୀକ୍ଷା ଯଥା ସମୟରେ ହୋଇ ପାରିନଥିଲା । ହେଲେ ଗତ ଫେବୃୟାରୀ ମାସରେ AITT ପରୀକ୍ଷା ଅନଲାଇନ ମାଧ୍ୟମରେ କରାଯାଇଥିଲା । ନିକଟରେ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାରେ ୫ ଲକ୍ଷ ୪୧ ହଜାର ୧୨୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩ ଲକ୍ଷ ୯୪ ହଜାର ୫୭୬ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।