ଝାରସୁଗୁଡା: ବ୍ରିଟେନ୍ରେ ନୂଆ ପ୍ରଜାତିର କରୋନା ଭୂତାଣୁକୁ ନେଇ ବିଶ୍ବବ୍ୟାପୀ ଆତଙ୍କ ସୃଷ୍ଟି ହୋଇଥିବାବେଳେ ଭାରତ ଏ ଦିଗରେ ସତର୍କତା ପଦକ୍ଷେପ ଗ୍ରହଣ କରିଛି । ସେହିଭଳି ନୂଆ ଷ୍ଟ୍ରେନର କରୋନା ଭାଇରସକୁ ନେଇ ସତର୍କତା ମୂଳକ ପଦକ୍ଷେପ ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର ।
ଝାରସୁଗୁଡା ଜିଲ୍ଲାରେ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରକୁ ବ୍ରିଟେନରୁ ଫେରୁଥିବା ଯାତ୍ରୀଙ୍କ ଉପରେ ନଜର ରଖିବାକୁ ଜିଲ୍ଲାପାଳ ବିମାନବନ୍ଦର କର୍ତ୍ତୃପକ୍ଷ ଏବଂ ଝାରସୁଗୁଡା ମୁଖ୍ୟ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ସତର୍କ କରାଯାଇଛି ।
ନୂଆ ଷ୍ଟ୍ରେନର କରୋନାକୁ ନେଇ ଝାରସୁଗୁଡା ବିମାନବନ୍ଦରରେ କଡା ପରୀକ୍ଷା ବ୍ରିଟେନରୁ ଫେରିଥିବା ଯାତ୍ରୀ ଭୁବନେଶ୍ବରରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବ୍ରିଟେନ୍ ଫେରନ୍ତା କରୋନା ଆକ୍ରାନ୍ତଙ୍କ ଠାରେ ନୂଆ ପ୍ରଜାତିର ଭାଇରସ୍ ଅଛି କି ନାହିଁ ତାହା ସ୍ପଷ୍ଟ ହୋଇନଥିବାବେଳେ ଏ ନେଇ ବିଶେଷଜ୍ଞ ଦଳ ଅନୁଧ୍ୟାନ ଜାରି ରଖିଛନ୍ତି । ଏହାକୁ ନେଇ ଆଗୁଆ ଗାଇଡଲାଇନ୍ ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ନୂଆ ଷ୍ଟ୍ରେନର କରୋନାକୁ ନେଇ ଝାରସୁଗୁଡା ବିମାନବନ୍ଦରରେ କଡା ପରୀକ୍ଷା ନୂଆ ଷ୍ଟ୍ରେନର କରୋନାକୁ ନେଇ ଝାରସୁଗୁଡା ବିମାନବନ୍ଦରରେ କଡା ପରୀକ୍ଷା ଗାଇଡଲାଇନରେ କୁହାଯାଇଛି ବ୍ରିଟେନରୁ ଓଡିଶାକୁ ଫେରିଥିଲେ ୧୪ ଦିନ ସଂଗରୋଧରେ ବାଧ୍ୟତାମୂଳକ ଭାବେ ରହିବାକୁ ପଡିବ, ସେହିପରି ୧୪ ଦିନ ମଧ୍ୟରେ ବ୍ରିଟେନରୁ ଫେରିଥିଲେ ଦେବାକୁ ପଡିବ ତଥ୍ୟ ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ