ଓଡିଶା

odisha

ETV Bharat / state

କୋଭିଡ-୧୯ ମୁକାବିଲା ନେଇ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭିସି ଜରିଆରେ କୋରୋନା ମୁକାବିଲା ସଂକ୍ରାନ୍ତରେ ୫ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ସରକାରୀ ସ୍ତରରେ ଗ୍ରାମ କମିଟି ସହ ନିରନ୍ତର ବୈଠକ ଓ ଆଲୋଚନା କରାଯାଇ କୋଭିଡ଼ 19 ର ସଚେତନ ସୃଷ୍ଟି କରାଯାଇ କୋରୋନା ସହ ଲଢେଇ କରି ଆକ୍ରାନ୍ତଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହାନୁଭୂତି ଦେବାପାଇଁ ମନ୍ତ୍ରୀ ନବ ଦାସ ପ୍ରସ୍ତାବ ଦେଇଥିଲେ ।

By

Published : May 28, 2020, 9:12 PM IST

କୋବିଡ-୧୯ ମୁକାବିଲାକୁ ନେଇ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ ବୈଠକ
କୋଭିଡ-୧୯ ମୁକାବିଲା ନେଇ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଝାରସୁଗୁଡା: କୋଭିଡ଼-୧୯ ମୁକାବିଲା ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି । ଭିସି ଜରିଆରେ ଏହି ଆଲୋଚନା ହୋଇଛି । ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଏନଆଇସିରେ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

ଗୁରୁବାର ରାଜ୍ୟ ମନ୍ତ୍ରୀ ମଣ୍ଡଳର ସ୍ବତନ୍ତ୍ର କମିଟିର ବୈଠକରେ କୋରୋନା ମୁକାବିଲା ସଂକ୍ରାନ୍ତରେ ୫ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ସରକାରୀ ସ୍ତରରେ ଗ୍ରାମ କମିଟି ସହ ନିରନ୍ତର ବୈଠକ ଓ ଆଲୋଚନା କରାଯାଇ କୋଭିଡ଼-19ର ସଚେତନ ସୃଷ୍ଟି କରାଯାଇ କୋରୋନା ସହ ଲଢେ଼ଇ କରି ଆକ୍ରାନ୍ତଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହାନୁଭୂତି ଦେବା ପାଇଁ ମନ୍ତ୍ରୀ ନବ ଦାସ ପ୍ରସ୍ତାବ ଦେଇଥିଲେ । ଅନ୍ୟପଟେ ରାଜ୍ୟକୁ ଫେରନ୍ତା ପ୍ରବାସୀମାନଙ୍କ ମଧ୍ୟରେ ଶିଶୁ ଓ ଗର୍ଭବତୀ ମହିଳାଙ୍କ ବୃଦ୍ଧି ପାଇଛି, ତେଣୁ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ଓ ଟୀକାକରଣ ସଠିକ ରୂପେ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା ।

କୋଭିଡ-୧୯ ମୁକାବିଲା ନେଇ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ସେହିପରି ଜିଲ୍ଲାସ୍ତରରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହୁଥିବା କିଶୋରୀ ମାନେ ଯେଭଳି ନିର୍ଯ୍ୟାତନା ଓ ଶୋଷଣର ଶିକାର ନ ହୁଅନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ସରକାରୀ ଅଧିକାରୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଲୋଚନା କରାଯାଇଥିଲା । ଏହାସହ କୋଭିଡ19ର ସମସ୍ତ ତଥ୍ୟ ଭିତ୍ତିକ ଗବେଷଣାକୁ ଗୁରୁତ୍ୱ ଦେବା ପାଇଁ ପ୍ରସ୍ତାବ ଦେଇଥିଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details