ଝାରସୁଗୁଡା: ବ୍ରିଟେନ୍ରେ ନୂଆ ପ୍ରଜାତିର କୋରୋନା ଭୂତାଣୁକୁ ନେଇ ବିଶ୍ବବ୍ୟାପୀ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଭାରତ ଏ ଦିଗରେ ସତର୍କତା ପଦକ୍ଷେପ ଗ୍ରହଣ କରିଛି । ସେହିଭଳି ନୂଆ ଷ୍ଟ୍ରେନର କରୋନା ଭାଇରସକୁ ନେଇ ସତର୍କତା ମୂଳକ ପଦକ୍ଷେପ ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର । ଆଜି(ଶନିବାର) ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏନେଇ ପ୍ରତିକ୍ରିୟା ରଖିଛନ୍ତି ।
ଭୁବନେଶ୍ୱର ବିମାନ ବନ୍ଦର ସମେତ ବୀର ସୁରେନ୍ଦ୍ର ସାଏ ଝାରସୁଗୁଡା ବିମାନବନ୍ଦରର ଉପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି । ବିମାନରେ ବ୍ରିଟେନରୁ ଫେରୁଥିବା ଯାତ୍ରୀଙ୍କ ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ, ବିମାନବନ୍ଦର କର୍ତ୍ତୃପକ୍ଷ ଏବଂ ମୁଖ୍ୟ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ସତର୍କ କରାଯାଇଛି ।