ଓଡିଶା

odisha

ETV Bharat / state

ନବ ଦାସଙ୍କ ଇସାରା, ୨୦୨୪ରେ ନିର୍ବାଚନ ଲଢ଼ିପାରନ୍ତି ଝିଅ ଦିପାଳୀ - ୨୦୨୪ରେ ସାଧାରଣ ନିର୍ବାଚନ ଲଢ଼ିପାରନ୍ତି ଦିପାଳୀ

ପୁଣିଥରେ ଚର୍ଚ୍ଚାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଳୀ । ଆସନ୍ତା ୨୦୨୪ରେ ସାଧାରଣ ନିର୍ବାଚନ ଲଢ଼ିପାରନ୍ତି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଝିଅ ଦିପାଳୀ । ଅଧିକ ପଢ଼ନ୍ତୁ

ନିର୍ବାଚନ ଲଢ଼ିପାରନ୍ତି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଝିଅ ଦିପାଳୀ
ନିର୍ବାଚନ ଲଢ଼ିପାରନ୍ତି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଝିଅ ଦିପାଳୀ

By

Published : Oct 9, 2022, 9:03 PM IST

Updated : Oct 10, 2022, 11:52 AM IST

ଝାରସୁଗୁଡ଼ା: ପୁଣିଥରେ ଚର୍ଚ୍ଚାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଳୀ । ଆସନ୍ତା ୨୦୨୪ରେ ସାଧାରଣ ନିର୍ବାଚନ ଲଢ଼ିପାରନ୍ତି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଝିଅ ଦିପାଳୀ । ବର୍ତ୍ତମାନ ରାଜ୍ୟ ରାଜନୀତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଖୋଜା ଚାଲିଛି । ଏହି ସମୟରେ ଝାରସୁଗୁଡ଼ାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଆଗାମୀ ନିର୍ବାଚନରେ ମଇଦାନରେ ଓହ୍ଲାଇ ପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି ।

ନିର୍ବାଚନ ଲଢ଼ିପାରନ୍ତି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଝିଅ ଦିପାଳୀ

ତେବେ ମନ୍ତ୍ରୀ ଖୋଦ୍ ଏହି ଆଲୋଚନା ଉପରେ ମୁହଁ ଖୋଲିଛନ୍ତି । ଆସନ୍ତା ୨୦୨୪ରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ । ହେଲେ ଏବେ ଠାରୁ ଝାରସୁଗୁଡ଼ା ରାଜନୀତି ସରଗରମ ହୋଇ ଉଠିଛି । ଝାରସୁଗୁଡ଼ା ରାଜନୀତିରେ ନୂଆ ଚେହେରା ହୋଇପାରନ୍ତି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଝିଅ ଦିପାଳୀ ଦାସ ।

ଏହି ଚର୍ଚ୍ଚା ଏବେ ଝାରସୁଗୁଡ଼ାରେ ଜୋର ଧରିଛି। ଏଥିପାଇଁ ଦୁଇପାଦ ଆଗକୁ ବଢ଼ାଇଛନ୍ତି ଖୋଦ୍ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ଆଜି ଚିଠୁଆପଡାରେ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ଶୁଭ ଦେବାକୁ ଆସି ଏକ ସାଧାରଣ ସଭାରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଅଭିଭାଷଣରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଥିଲେ, ''ଝିଅ ଦିପାଳୀ ଆଗକୁ ଝାରସୁଗୁଡ଼ାବାସୀଙ୍କ ଜନପ୍ରତିନିଧି ହୋଇପାରନ୍ତି । ନାରୀଙ୍କୁ ଆଗକୁ ବଢ଼ିବାରେ ସହଯୋଗ କରିବା ଏବଂ ପ୍ରଥମ ସ୍ଥାନ ଦେବା ପାଇଁ ବିଜେଡି ସରକାର ଲକ୍ଷ୍ୟ ରଖିଛନ୍ତି ।

ତେବେ ଲୋକେ ବିଚାର କରିବେ ଝିଅ ଦିପାଳୀ ନିର୍ବାଚନ ମଇଦାନରେ ରହିବ କି ନାହିଁ । ତେଣୁ ଏଥିପାଇଁ ଦଳର ସୁପ୍ରିମୋ ମଧ୍ୟ ନିଷ୍ପତ୍ତି ନେବେ । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ଅଧିକ ଗୁରୁତ୍ବ ଦେଉଛନ୍ତି । ତେଣୁ ଆଗାମୀ ପୀଢ଼ିରେ ମହିଳାମାନେ ସମାଜର ନେତୃତ୍ବ ନେବେ ଏବଂ ଅନ୍ୟ ଯାଗାରେ ମଧ୍ୟ ନେତୃତ୍ବ ନେବେ ।''

ଇଟିଭି ଭାରତ, ଝାରସୁଗୁଡ଼ା

Last Updated : Oct 10, 2022, 11:52 AM IST

For All Latest Updates

ABOUT THE AUTHOR

...view details