ଓଡିଶା

odisha

ETV Bharat / state

ନବ ଦାସଙ୍କ PSO ନିଲମ୍ବିତ: ବଦଳିଲେ ବ୍ରଜରାଜନଗର ଏସଡିପିଓ ଓ ଆଇଆଇସି, ଗୋପାଳ ଦାସକୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ - ବ୍ରଜରାଜନଗର ଏସଡିପିଓ ଓ ଆଇଆଇସିଙ୍କୁ ବଦଳି

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ASI ଗୋପାଳକୃଷ୍ଣ ଦାସକୁ 4 ଦିନିଆ ରିମାଣ୍ଡ ପାଇଁ କୋର୍ଟରୁ ଅନୁମତି ମିଳିବା ପରେ ଝାରସୁଗୁଡାସ୍ଥିତ OSAPର ଦ୍ବିତୀୟ ବାଟାଲିଅନରେ ରଖାଯାଇଛି । ସେପଟେ ନବ ଦାସଙ୍କ ପିଏସଓଙ୍କୁ ସସପେଣ୍ଡ କରାଯାଇଥିବାବେଳେ ଝାରସୁଗୁଡା ଏସପି, ବ୍ରଜରାଜନଗର ଏସଡିପିଓ ଓ ଆଇଆଇସିଙ୍କୁ ବଦଳି କରାଯାଇଛି । ଅଧିକ ପଢ଼ନ୍ତୁ

ଗୋପାଳ ଦାସକୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ
ଗୋପାଳ ଦାସକୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

By

Published : Feb 1, 2023, 5:26 PM IST

ଗୋପାଳ ଦାସକୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ଝାରସୁଗୁଡ଼ା: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଏହି ଘଟଣାର ତଦନ୍ତ ପୁଣି ଗୋଟିଏ ପାଦ ଆଗେଇଛି । ଅଭିଯୁକ୍ତ ପୋଲିସ ASI ଗୋପାଳକୃଷ୍ଣ ଦାସକୁ 4 ଦିନିଆ ରିମାଣ୍ଡ ପାଇଁ JMFC କୋର୍ଟ ପକ୍ଷରୁ ଅନୁମତି ମିଳିବା ପରେ ତାଙ୍କୁ ଝାରସୁଗୁଡା ଉପକାରାଗାରୁ ବାହାର କରାଯାଇ ସ୍ବାସ୍ଥ୍ୟ ପରୀକ୍ଷା ପରେ ଝାରସୁଗୁଡାସ୍ଥିତ OSAPର ଦ୍ବିତୀୟ ବାଟାଲିଅନରେ ରଖାଯାଇଛି । ଅନ୍ୟପଟେ ମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ଦର୍ଶାଇ ନବ ଦାସଙ୍କ PSOଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଝାରସୁଗୁଡା ଏସପି, ବ୍ରଜରାଜନଗର SDPO ଓ ବ୍ରଜରାଜନଗର ଆଇଆଇସିଙ୍କୁ ବଦଳି କରାଯାଇଛି ।

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ପରେ ତାଙ୍କର ମୃତ୍ୟୁ ଘଟିବା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଏନେଇ ରାଜ୍ୟ ସରକାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦେଇଥିବାବେଳେ ତତ୍ପରତା ପ୍ରକାଶ ପାଇଛି । ମନ୍ତ୍ରୀ ନବ ଦାସ ବ୍ରଜରାଜନଗର ଗସ୍ତ କରୁଥିବା ସମୟରେ ତାଙ୍କ ସୁରକ୍ଷାରେ ନିୟୋଜିତ ପୋଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ତାଙ୍କୁ ଗୁଳି ମାଡ଼ କରିଥିଲେ । ଏଥିରେ ମନ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା । ତେବେ ଅଭିଯୁକ୍ତ ଏଏସ୍‌ଆଇ କଣ ପାଇଁ ଏପରି କାଣ୍ଡ ଘଟାଇଲା, ସେନେଇ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଅଧିକ ତଦନ୍ତ ପାଇଁ ଅଭିଯୁକ୍ତକୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ଏନେଇ ଝାରସୁଗୁଡ଼ା JMFC କୋର୍ଟ ପକ୍ଷରୁ ଅଭିଯୁକ୍ତ ଗୋପାଳକୁ 4 ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି । ଏହାପରେ ଗୋପାଳ ଦାସକୁ ଝାରସୁଗୁଡା ଉପକାରାଗାରୁ ବାହାର କରାଯାଇ ସ୍ବାସ୍ଥ୍ୟ ପରୀକ୍ଷା ପରେ ଝାରସୁଗୁଡାସ୍ଥିତ OSAPର ଦ୍ବିତୀୟ ବାଟାଲିଅନରେ ରଖି ପଚରାଉଚରା କରୁଛି ପୋଲିସ ।

ଗତକାଲି 3D ଲେଜର ସ୍କାନିଂ କରିଥିବା ଫେରୋ ଟିମକୁ ମଧ୍ୟ ଏହି ଦ୍ବିତୀୟ ବଟାଲିଅନକୁ ଡକାଯାଇଛି । ଏଠାରେ ମାରାଥାନ ଜେରା ପରେ ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସକୁ ନେଇ ଘଟଣାସ୍ଥଳରେ କ୍ରାଇମ ସିନ ରିକ୍ରିଏସନ କରିବାର ସମ୍ଭାବନା ରହିଛି । ଅନ୍ୟପଟେ ମନ୍ତ୍ରୀ ନବ ଦାସଙ୍କ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ଦର୍ଶାଇ ନବ ଦାସଙ୍କ ପିଏସଓଙ୍କୁ ସସପେଣ୍ଡ କରାଯାଇଛି । ଏହା ସହିତ ଝାରସୁଗୁଡା ଏସପି ରାହୁଲ ଜୈନ, ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇ ଓ ବ୍ରଜରାଜନଗର ଆଇଆଇସି ପିକେ ସ୍ୱାଇଁଙ୍କୁ ବଦଳି କରାଯାଇଛି । ଅନ୍ୟପଟେ କ୍ରାଇମବ୍ରାଞ୍ଚର ଏକ ଟିମ୍‌ ସହିତ ସାଇଣ୍ଟିଫିକ ଟିମ ବଡ଼ମାଳ ଥାନାକୁ ପହଞ୍ଚି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗାଡ଼ି ଯାଞ୍ଚ କରିଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details