ଝାରସୁଗୁଡା:ସ୍ୱାସ୍ଥ୍ୟ ମନ୍ତ୍ରୀ ଦାସ ଙ୍କୁ ଗୁଳି କରି ହତ୍ୟା ଘଟଣା। ଗତକାଲି ବ୍ରଜରାଜନଗରରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କାର୍ଯ୍ୟକ୍ରମକୁ ଯୋଗଦେବାକୁ ଯାଉଥିବାବେଳେ ତାଙ୍କୁ ଜଣେ ପୋଲିସ ଏଏସ୍ଆଇ ଗୁଳି କରିଥିଲେ । ଏହାପରେ ତାଙ୍କୁ ଭୁବନେଶ୍ବରକୁ ଏୟାରଲିପ୍ଟ କରାଯାଇଥିଲା । ରାତି ପ୍ରାୟ ୭.୩୦ରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ନବ ଦାସ । ଆଜି ପୋଲିସକର୍ମୀ ଗୋପାଳ ଦାଶ ବିରୁଧରେ ଏକ ମାମଲା ରୁଜୁ କରି ଗିରଫ କରିଛି ପୋଲିସ ।
ସେହିପରି ଅଭିଯୁକ୍ତ ଗୋପାଳ ଦାସଙ୍କୁ ରିମାଣ୍ଡ ରେ ନେବ କ୍ରାଇମବ୍ରାଞ୍ଚ ଟିମ। ଭୁବନେଶ୍ବର ଷ୍ଟେଟ ଫରେନସିକଲ୍ୟାବ ଟିମ୍ ବ୍ରଜରାଜନଗରରେ ତଦନ୍ତ କରୁଛି। ପ୍ରତ୍ୟକ୍ଷଦର୍ଶୀ ଓ ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ମଧ୍ୟ ଜେରା କରାଯାଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରୁ ତଦନ୍ତକାରୀ ଟିମ୍ କିଛି ପ୍ରମାଣ ସଂଗ୍ରହ କରିଥିବା ଜଣାପଡିଛି । ତେବେ ଏହି ହତ୍ୟା ଘଟଣାରେ ବ୍ୟବହାର ହୋଇଥିବା ବନ୍ଧୁକ, ଗୁଳି ଓ ଗୋପାଳ ଦାସଙ୍କ ମୋବାଇଲ୍ କୁ ଜବତ କରାଯାଇଛି। ଜବତ ହୋଇଥିବା ସାମଗ୍ରୀ ଗୁଡିକୁ ଟେଷ୍ଟ କରିବାକୁ ବାଲିଷ୍ଟିକ୍ ଲାବ୍ କୁ ପଠାଯାଇଛି ।