ଓଡିଶା

odisha

ସରକାରୀ ଜମି ହଡପ ମାମଲାରେ ବଢୁଛି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଡୁଆ

By

Published : Nov 23, 2020, 4:42 PM IST

ପୁଅ ପାଇଁ ଜଙ୍ଗଲ ଜମି ହାତେଇବାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଡୁଆ ବଢୁବାରେ ଲାଗିଛି । ଜିଲ୍ଲା ବିଜେପି ପକ୍ଷରୁ ପ୍ରତିବାଦ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ପଢନ୍ତୁ ଅଧିକ....

ସରକାରୀ ଜମି ହାତେଇବା ନେଇ ବଢୁଛି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଡୁଆ
ସରକାରୀ ଜମି ହାତେଇବା ନେଇ ବଢୁଛି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଡୁଆ

ଝାରସୁଗୁଡା: ପୁଅ ପାଇଁ ଜଙ୍ଗଲ ଜମି ହାତେଇବାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଡୁଆ ବଢିବାରେ ଲାଗିଛି । ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜମି ବାତିଲ ପାଇଁ ଜୋର ଧରିଲା ଦାବି । ଝାରସୁଗୁଡାରେ ପୁଅ କମ୍ପାନୀ ପାଇଁ 8 ଏକର ସରକାରୀ ଜମି ହାତେଇବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଚଞ୍ଚକତା କରିଥିବା ଅଭିଯୋଗ ହୋଇଛି । କେଉଁ ଆଧାରରେ ଆବେଦନ ପୂର୍ବରୁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଏଜେନ୍ସି ଅନୁମତି ମିଳିଲା ତାହା ଏବେ ବିବାଦ ଘେରକୁ ଆସିଛି ।

ସରକାରୀ ଜମି ହାତେଇବା ନେଇ ବଢୁଛି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଡୁଆ

ଏବେ ବେଆଇନ ଭାବେ ପୁଅ ବିଶାଲ ଦାସଙ୍କ ନାଁରେ ନବ ହାତେଇଥିବା 8 ଏକର ଜଙ୍ଗଲ ଜମି କେବେ ବାତିଲ ହେବ ତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଜମି ଫେରସ୍ଥ ସହ ନବ ଦାସଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ଝାରସୁଗୁଡା ବିଜେପି ପକ୍ଷରୁ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ବରେ ବହୁ ସଂଖ୍ୟକ ବିଜେପି କର୍ମୀ ଏକ ଶୋଭାଯାତ୍ରାରେ ବାହାରି ଝାରସୁଗୁଡା ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ଭୁଖରେ ଗଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details