ଝାରସୁଗୁଡା:ପୌର ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳଙ୍କ ମଧ୍ୟରେ ସେତେ ଉଷ୍ମତା ବଢିବାରେ ଲାଗିଛି । ଗଡ ରକ୍ଷା ପାଇଁ ରାଜନୀତି ମୈଦାନରେ ହେଭିୱେଟ ନେତା ପାଦ ଥାପି ସାରିଛନ୍ତି ।
ଗତକାଲି ବିଜେପି ପ୍ରାର୍ଥୀ ତ୍ରିନାଥ ଗୁଆଲଙ୍କ ପାଇଁ ବରଗଡ ସାଂସଦ ସୁରେଶ ପୂଜାରୀ ମାରାଥନ ପ୍ରଚାର କରିଥିଲେ । ବିଜେପିର ନାରା ଥିଲା ଝାରସୁଗୁଡାକୁ ସ୍ମାର୍ଟ ସିଟି ଓ ଗ୍ରୀନ ସିଟି କରିବାର ଲକ୍ଷ୍ୟ ।