ଓଡିଶା

odisha

ETV Bharat / state

hockey world cup: ହକି ବିଶ୍ୱକପ ପାଇଁ ସ୍ୱାସ୍ଥ୍ୟ ବିଭାଗ ତୟାର, ଫୋକସରେ ବିମାନ ବନ୍ଦର - ପୁରୁଷ ହକି ବିଶ୍ବକପ

ରାଜ୍ୟରେ ବିଶ୍ବକପ ହକି ପାଇଁ ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ

health department review meetin
health department review meetin

By

Published : Jan 10, 2023, 4:49 PM IST

health department review meetin

ଝାରସୁଗୁଡା:ପୁରୁଷ ହକି ବିଶ୍ବକପ ପାଇଁ ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତିକୁ ନେଇ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ l ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି ସମୀକ୍ଷା ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ସ୍ବାସ୍ଥ୍ୟ ସଚିବ ସାଲିନି ପଣ୍ଡିତ, ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ, ସୁନ୍ଦରଗଡ ଜିଲ୍ଲାପାଳ ଡ. ହର୍ଷଦପାଲା ଗାଭାଲି, ଉଭୟ ଜିଲ୍ଲାର ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ l ଏଥିସହ ରାଜ୍ୟରେ ବିଶ୍ବକପ ହକି ପାଇଁ ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି ଉପରେ ଏହି ବୈଠକରେ ସମୀକ୍ଷା କରାଯାଇଛି l ଭୁବନେଶ୍ୱର ଇଣ୍ଟରନ୍ୟାସନାଲ ବିମାନ ବନ୍ଦର ସମେତ ରାଜ୍ୟର ଅନ୍ୟ ବିମାନ ବନ୍ଦର ଗୁଡିକରେ କେନ୍ଦ୍ରର ଗାଇଡ଼ ଲାଇନ ଅନୁଯାୟୀ ସ୍ବାସ୍ଥ୍ୟ ସୁବିଧା ଉପଲବ୍ଧ କରାଯାଇଛି ।

ଅନ୍ୟପଟେ ହକି ବିଶ୍ବକପ କୁ ଦୃଷ୍ଟିରେ ରଖି ରାଜ୍ୟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି l ରାଉରକେଲା ଓ ଭୁବନେଶ୍ୱରରେ ସ୍ୱତନ୍ତ୍ର ଟେଷ୍ଟିଂ ବ୍ୟବସ୍ଥା, ମୋବାଇଲ ହେଲଥ ୟୁନିଟ, ସ୍ୱତନ୍ତ୍ର ଡାକ୍ତରୀ ଦଳ, ଏମରଜେନ୍ସି ଆମ୍ବୁଲାନ୍ସ ସେବା ଉପଲବ୍ଧ କରାଯାଇଛି l ଖାଦ୍ୟପେୟ ପାନୀୟ ଜଳର ସମସ୍ତ ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦିଆଯାଇଥିବା ବେଳେ ରାଉରକେଲା ଏବଂ ଭୁବନେଶ୍ୱରରେ ଥିବା ସମସ୍ତ ହୋଟେଲ ଗୁଡିକୁ ମଧ୍ୟ କୋଭିଡ ନିୟମ ପାଳନ କରିବା ପାଇଁ ନିର୍ଦେଶ ଦିଆଯାଇଛି l ରାଜ୍ୟରେ ବହୁ ମାତ୍ରାରେ ଟେଷ୍ଟିଂ କରାଯାଉଛି ହେଲେ ମଧ୍ୟ କୋଭିଡ ଆକ୍ରାନ୍ତଙ୍କ ବହୁ ଅଳ୍ପ ସଂଖ୍ୟାରେ ଚି଼ହ୍ନଟ ହେଉଛନ୍ତି । ଗତ 10 ଦିନ ମଧ୍ୟରେ ଝାରସୁଗୁଡା ଓ ରାଉରକେଲାରେ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି l ହକି ବିଶ୍ୱକପ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ ପ୍ରସ୍ତୁତ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ସଚିବ ପ୍ରକାଶ କରିଛନ୍ତି l

ଏନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି, ଆଜି ହକି ପାଇଁ ଚସମୀକ୍ଷା ବୈଠକ ହୋଇଥିବା ବେଳେ ଏଥିରେ ଏମ.ଡି, ସୁନ୍ଦରଗଡ ଜିଲ୍ଲାପାଳ ଓ ଏଥିସହ ଅନନ୍ୟ ଉଚ୍ଚ ପଦସ୍ଥ ଅଫିସର ଆସିଥିଲେ। ଏନେଇ ସମସ୍ତ ବ୍ୟବସ୍ଥାର ସମୀକ୍ଷା କରାଯାଇଛି। ଆମେ ସମସ୍ତେ ପ୍ରସ୍ତୁତ ଥିବା ବେଳେ ରାଉରକେଲା ଓ ଭୁବନେଶ୍ୱରରେ ସ୍ୱତନ୍ତ୍ର ଟେଷ୍ଟିଂ ବ୍ୟବସ୍ଥା, ମୋବାଇଲ ହେଲଥ ୟୁନିଟ, ସ୍ୱତନ୍ତ୍ର ଡାକ୍ତରୀ ଦଳ, ଏମରଜେନ୍ସି ଆମ୍ବୁଲାନ୍ସ ସେବା ଉପଲବ୍ଧ କରାଯାଇଛି।

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details