ଝାରସୁଗୁଡା: ଗୁଜୁରାଟର ସୁରଟରୁ ବସ ଯୋଗେ ଓଡିଶା ଫେରୁଥିବା ଜଣେ ପ୍ରବାସୀ ଶ୍ରମିକଙ୍କ ବସରେ ମୃତ୍ୟୁ ଘଟିଛି । ବସଟି ସୁରଟରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଓଡିଶା ଫେରୁଥିବା ବେଳେ ବସରେ ଜଣେ ୬୦ ବର୍ଷିୟ ବ୍ୟକ୍ତି ମୃତ୍ୟୁବରଣ କରିଥିବା ଜଣାପଡିଛି ।
ସୁରଟ ଫେରନ୍ତାଙ୍କ ବସରେ ମୃତ୍ୟୁ - ସୁରଟ ଫେରନ୍ତା
ଗୁଜୁରାଟର ସୁରଟରୁ ବସ ଯୋଗେ ଓଡିଶା ଫେରୁଥିବା ଜଣେ ପ୍ରବାସୀ ଶ୍ରମିକଙ୍କ ବସରେ ମୃତ୍ୟୁ ଘଟିଛି । ମୃତ ପରିବାରଙ୍କ ସହମତିରେ ଆଜି ଝାରସୁଗୁଡାରେ ଅନ୍ତିମ ସଂସ୍କାର କଲା ପ୍ରଶାସନ ।
ବସରେ ମଲେ ଗୁଜୁରାଟ ଫେରନ୍ତା
ଏନେଇ ଗତକାଲି ରାତିରେ ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ପୋଲିସ ଖବର ପାଇ ଲଖନପୁର ଅନ୍ତର୍ଗତ ପୁଞ୍ଜିପଥର ନିକଟରେ ବସକୁ ଅଟକାଇ ମୃତଦେହକୁ ଉଦ୍ଧାର କରିଛି । ମୃତ ବ୍ୟକ୍ତି ହେଲେ ଗଞ୍ଜାମ ଜିଲ୍ଲା ସାନଖୋଲି ଗାଁର ଭାସ୍କର ନାହାକ । ମୃତ ପରିବାରଙ୍କ ସହମତିରେ ଆଜି ଝାରସୁଗୁଡାରେ ଅନ୍ତିମ ସଂସ୍କାର କଲା ପ୍ରଶାସନ ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ