ଝାରସୁଗୁଡା: ଟ୍ରେନରୁ ହେଉଛି ଚାଉଳ ଚୋରି। ଚୋରିରେ ସମ୍ପୃକ୍ତ ଅଛି ବଡ ଗ୍ୟାଙ୍ଗ। ବୁଧବାର ରାତିରେ ଝାରସୁଗୁଡା ରେଲ ଷ୍ଟେସନ ଡବଲିଙ୍ଗ କଲୋନୀ ପାଖରେ ଥିବା ରେଳ ଧାରଣା ନିକଟରେ ଏକ ପରିତ୍ୟକ୍ତ ଘରୁ ପ୍ରାୟ 200 କ୍ୟୁଣ୍ଟାଲରୁ ଉର୍ଦ୍ଧ୍ବ ଚାଉଳ ଜବତ ହେବା ଏହି ଆଶଙ୍କା ସୃଷ୍ଟି କରିଛି ।
ଏଠାରୁ ଜିଆରପି OSCSC ଲେଖାଥିବା ISI ବ୍ରାଣ୍ଡ ଲାଗିଥିବା ଚାଉଳ ଜବତ କରିଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଚାଉଳକୁ ଉଠାଇ ଜିଆରପି ନିଜ ହେପାଜତକୁ ନେଇଛି। ତେବେ ଏହି ଚାଉଳକୁ କେହି ନିଜର ବୋଲି ଦାବି କରିନଥିବାବେଳେ ପ୍ରାଥମିକ ତଦନ୍ତରୁ ରେଳ ଯୋଗେ ଚାଉଳ ଯିବା ସମୟରେ ଏହା ବାହାର କରାଯାଇ ରଖାଯାଇଛି ବୋଲି ସନ୍ଦେହ କରିଛି ପୋଲିସ।