ଓଡିଶା

odisha

ETV Bharat / state

ପୁଣି କୋର୍ଟରେ ହାଜର ହେଲା ଗୋପାଳ, ରେକର୍ଡ ହେବ ବୟାନ

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ପୁଣି କୋର୍ଟରେ ହାଜର ହେଲେ ଅଭିଯୁକ୍ତ ଗୋପାଳ । ୧୬୪ ବୟାନ ରେକର୍ଡ ପାଇଁ କୋର୍ଟରେ ହାଜର ହୋଇଥିବା ସୂଚନା । ଅଧିକ ପଢ଼ନ୍ତୁ

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲା
naba das murder case

By

Published : Feb 14, 2023, 12:14 PM IST

Updated : Feb 14, 2023, 12:21 PM IST

ପୁଣି କୋର୍ଟରେ ହାଜର ହେଲା ଗୋପାଳ

ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମୁଖ୍ୟ ଅଭିଯୁକ୍ତ ଗୋପାଳକୁ ପୁଣି କୋର୍ଟରେ ହାଜର କରିଛି କ୍ରାଇମବ୍ରାଞ୍ଚ । ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ଗୋପାଳକୁ ହାଜର କରାଯାଇଛି । ଅଭିଯୁକ୍ତ ଗୋପାଳର ୧୬୪ ଧାରାରେ ବୟାନ ରେକର୍ଡ ପାଇଁ କୋର୍ଟରେ ହାଜର ହୋଇଥିବା ସୂଚନା ମିଳିଛି । ପୂର୍ବରୁ ଦୁଇଥର ରିମାଣ୍ଡ ଏବଂ ପରେ ପୁଣି ୫ଦିନ ରିମାଣ୍ଡରେ ଗୋପାଳକୁ ରଖିଥିଲା କ୍ରାଇମବ୍ରାଞ୍ଚ ।

ଗତକାଲି(ସୋମବାର) ତୃତୀୟ ପର୍ଯ୍ୟାୟର ରିମାଣ୍ଡ ଅବଧି ଶେଷ ହୋଇଥିବା ବେଳେ ୧୬୪ ଧାରାରେ ବୟାନ ରେକର୍ଡ ପାଇଁ ଆବେଦନ କରା ଯାଇଥିଲା । ତେବେ ଗୋପାଳର ଆଜି ବୟାନ ରେକର୍ଡ ପାଇଁ ଜେଏମଏଫସି କୋର୍ଟରେ ପୁଣି ହାଜର କରିଛି କ୍ରାଇମବ୍ରାଞ୍ଚ । ଗତକାଲି ବିଚାର ବିଭାଗୀୟ ହାଜତକୁ ନେବା ପରେ ଝାରସୁଗୁଡ଼ା ଉପ-କାରାଗାରରେ ରଖା ଯାଇଥିଲା । ଆଜି ପୁଣି କଡ଼ା ସୁରକ୍ଷାରେ ଉପ-କାରାଗାରରୁ ଆଣି ହାଜର କରାଯାଇଛି । ନାର୍କୋ ଟେଷ୍ଟ ଲାଗି ଗୋପାଳ ଗୁଜୁରାଟ ଯାଇଥିବା ବେଳେ ସେଠାରେ ମନ୍ତ୍ରୀଙ୍କୁ ହତ୍ୟା କରିବାର କାରଣ କହିଥିବା କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:Naba Das Murder: ସରିଲା ୩ୟ ପର୍ଯ୍ୟାୟ ରିମାଣ୍ଡ ଅବଧି, ନ୍ୟାୟିକ ହେପାଜତକୁ ଗଲା ଗୋପାଳ

ଅଭିଯୁକ୍ତ ଗୋପାଳର ରିମାଣ୍ଡର ଅବଧି ଶେଷ ହୋଇଥିବା ବେଳେ କ୍ରାଇମବ୍ରାଞ୍ଚ ସ୍ବରେଜ ଟ୍ୟାଙ୍କରୁ ବାହାରିଥିବା କାଗଜ ଖଣ୍ଡଠାରୁ ଆରମ୍ଭ କରି ୧୩ଦିନ ଧରି ୩ଟି ପର୍ଯ୍ୟାୟରେ ଚାଲିଥିବା ରିମାଣ୍ଡ ଅବଧି ଭିତରେ ମିଳିଥିବା ତଥ୍ୟ ଜମା କରିଥିଲେ । ଗୋପାଳର ନାର୍କୋଟିକ୍ ଟେଷ୍ଟ, ପଲିଗ୍ରାଫି ଟେଷ୍ଟ ଭଳି ସମସ୍ତ ତଥ୍ୟ ଜେଏମ୍ଏଫସି କୋର୍ଟରେ ଜମା କରିବା ପରେ କୋର୍ଟ ଅଭିଯୁକ୍ତ ଗୋପାଳକୁ ନ୍ୟାୟିକ ହେପାଜତକୁ ପଠାଇଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:Naba Das Murder Case: ସରିଲା ନାର୍କୋ ଟେଷ୍ଟ, ମାନସିକ ଅସ୍ଥିରତାରୁ ହତ୍ୟା କରିଛି କହିଲା ଗୋପାଳ !

ନାର୍କୋ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ ଅଭିଯୁକ୍ତ ଗୋପାଳକୁ ଧରି ଗୁଜୁରାଟରେ ପହଞ୍ଚିଥିଲା । ଗାନ୍ଧୀନଗର ସ୍ଥିତ ଏଫଏସଏଲରେ ଗୋପାଳର ନାର୍କୋ ଟେଷ୍ଟ କରାଯିବା ପରେ ବିମାନ ଯୋଗେ ଗୁଜୁରାଟରୁ ଝାରସୁଗୁଡ଼ାରେ ପହଞ୍ଚିଥିଲା ଗୋପାଳ । ସେପଟେ ଗୋପାଳର ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛି ଜେଲ ବିଭାଗ । ଝାରସୁଗୁଡ଼ାରୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଲାଗି ଜେଲ ବିଭାଗ ପ୍ରସ୍ତାବ ଦେଇଛି । ଝାରସୁଗୁଡ଼ା ଜେଲ ଅଧୀକ୍ଷକଙ୍କ ଜରିଆରେ ଏନେଇ କୋର୍ଟଙ୍କୁ ଅବଗତ କରାଯାଇଛି ।

ଇଟିଭି ଭାରତ, ଝାରସୁଗୁଡ଼ା

Last Updated : Feb 14, 2023, 12:21 PM IST

ABOUT THE AUTHOR

...view details