ଓଡିଶା

odisha

ETV Bharat / state

ମାଲବାହୀ ଟ୍ରେନ ଲାଇନଚ୍ୟୁତ

ମାଲବାହୀ ଟ୍ରେନ ଲାଇନଚ୍ୟୁତ । ମଝି ରାସ୍ତାରେ ଅଟକିଲା ଟ୍ରେନ । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଫସି ରହିଥିଲା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

By

Published : Aug 20, 2019, 6:47 AM IST

ଝାରସୁଗୁଡା: ରେଳ ଧାରଣାରୁ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ମଝି ରାସ୍ତା ଅଟକି ରହିଲା ଟ୍ରେନ । ଫଳରେ ରାସ୍ତାର ଉଭୟ ପାର୍ଶ୍ବ ଜାମ ହେବା ସହ ଶହ ଶହ ଗାଡି ଅଟକି ରହିଥିଲା । ଦୁର୍ଘଟଣାଟି ଗତକାଲି ରାତି 8ରେ ଝାରସୁଗୁଡାରୁ ବସୁନ୍ଧରା କୋଇଲାଖଣିକୁ ସଂଯୋଗ କରୁଥିବା ରେଳ ଲାଇନ ରାଜପୁର ରେଲୱେ କ୍ରୋସିଂ ଠାରେ ଘଟିଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ମାଲବାହୀ ଟ୍ରେନର ଗୋଟିଏ ଡବା ଲାଇନ ଚ୍ୟୁତ ହେବାରୁ ଗୋଟିଏ ଡବା ଲାଇନରୁ ବାହାରିପଡିଥିଲା । ତେବେ ଘଟଣାରେ କୌଣସି କ୍ଷୟକ୍ଷତି ହୋଇନଥିବାବେଳ ଟ୍ରେନଟି ଅଟକି ରହିଥିବାରୁ ଗାନ୍ଧୀଛକରୁ ସୁନ୍ଦରଗଡ ରାସ୍ତା ଯାଏ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା ।

ସୂଚନାଯୋଗ୍ୟ,24 ଅଗଷ୍ଟରେ ସେହି ସ୍ଥାନରେ ଦୁର୍ଘଟଣା ଘଟିଥିବାବେଳେ ରାଜପୁର ଠାରେ ଦୀର୍ଘ ଦିନ ହେଲା ଆଓବି(ROB) ଅଧପନ୍ତରିଆ ଭାବେ ପଡିଥିବାକୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details