ଝାରସୁଗୁଡା: ବେଲପାହାଡ଼ ଥାନା ଗୁମାଡେରାଠାରେ ସଡ଼କ ଦୁର୍ଘଟଣା । ମାଲବାହୀ ଟ୍ରକ ଧକ୍କାରେ ଯୁବତୀ ମୃତ । ମୃତ ଯୁବତୀ ଜଣକ ହେଲେ ଶ୍ରୀୟା ଆଇଚ, ବୟସ 22 । ତାଙ୍କ ଘର ଗୁମାଡେରାର TRL କଲୋନୀ ବୋଲି ଜଣାପଡ଼ିଛି । ତେବେ ମୃତ ଶ୍ରୀୟା ଆଜି(ବୁଧବାର) ଗୁମାଡେରାରୁ ବେଳପାହାଡ଼ ଅଭିମୁଖେ ନିଜ ସ୍କୁଟିରେ ଯାଉଥିବା ବେଳେ ଟ୍ରକଟି ଧକ୍କା ଦେଇଥିଲା । ଫଳରେ ମୁଣ୍ଡରେ ଗଭୀର ଆଘାତ ହୋଇ ଘଟଣାସ୍ଥଳରେ ହିଁ ଯୁବତୀଙ୍କ ମୃତ୍ୟୁ ଘଟିଛି ।
ମାଲବାହୀ ଟ୍ରକ ଧକ୍କାରେ ଯୁବତୀ ମୃତ, ଘଟଣାସ୍ଥଳରେ ଉତ୍ତେଜନା - ସଡ଼କ ଦୁର୍ଘଟଣା
ବେଲପାହାଡ଼ ଥାନା ଗୁମାଡେରାଠାରେ ସଡ଼କ ଦୁର୍ଘଟଣା । ମାଲବାହୀ ଟ୍ରକ ଧକ୍କାରେ ଯୁବତୀ ମୃତ । ଘଟଣାସ୍ଥଳରୁ ଡ୍ରାଇଭର ଫେରାର । ଅଧିକ ପଢନ୍ତୁ...

ମାଲବାହୀ ଟ୍ରକ ଧକ୍କାରେ ଯୁବତୀ ମୃତ, ଘଟଣାସ୍ଥଳରେ ଉତ୍ତେଜନା
ମାଲବାହୀ ଟ୍ରକ ଧକ୍କାରେ ଯୁବତୀ ମୃତ, ଘଟଣାସ୍ଥଳରେ ଉତ୍ତେଜନା
ଦୁର୍ଘଟଣା ପରେ ଟ୍ରକକୁ ପୋଲିସ ଜବତ କରିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛି । ତେବେ ଏନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିବା ବେଳେ ବନ୍ଧବାହାଲ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ବେଳପାହାଡ଼ ପୋଲିସ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରୁଛି ।
ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ