ଝାରସୁଗୁଡା:କୋଲାବିରା ଥାନା ରଘୁନାଥପାଲି ଜୟ ହନୁମାନ କାରଖାନାରେ ଅଘଟଣ । ଗ୍ୟାସ ସିଲିଣ୍ଡର ଫାଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ଆଜି ଭୋର 4ଟା ସମୟରେ କାରଖାନାର କିଲନ ବିଭାଗରେ କାମ ଚାଲିଥିବା ବେଳେ ଗ୍ୟାସ ସିଲିଣ୍ଡରଟି ଫାଟିଥିଲା ।
Gas Cylinder Blast: କାରଖାନାରେ ଫାଟିଲା ଗ୍ୟାସ ସିଲିଣ୍ଡର, ଜଣେ ମୃତ ୩ ଆହତ - ଝାରସୁଗୁଡା ଜୟ ହନୁମାନ କାରଖାନାରେ ବ୍ଲାଷ୍ଟ
ଝାରସୁଗୁଡା ଜୟ ହନୁମାନ କାରଖାନାରେ ଫାଟିଲା ଗ୍ୟାସ ସିଲିଣ୍ଡର । ଫଳରେ କାରଖାନାର ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ
Cylinder Blast: ଫାଟିଲା ଗ୍ୟାସ ସିଲିଣ୍ଡର, ଜଣେ ମୃତ ୩ଆହତ
Gas Cylinder Blast: କାରଖାନାରେ ଫାଟିଲା ଗ୍ୟାସ ସିଲିଣ୍ଡର, ଜଣେ ମୃତ ୩ ଆହତ
ମୃତକ ଜଣଙ୍କ ହେଉଛନ୍ତି କାରଖାନାର ସିକ୍ୟୁରିଟି ଗାର୍ଡ । ୩ ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ
Last Updated : Jan 27, 2022, 12:54 PM IST