ଝାରସୁଗୁଡ଼ା: ଜିଲ୍ଲା G4S ସିକ୍ୟୁରିଟି କାର୍ଯ୍ୟାଳୟ ଠାରେ ୧୭ଦଫା ଦାବୀ ନେଇ କାର୍ଯ୍ୟାଳୟ ଘେରାଉ କଲେ କର୍ମଚାରୀ । କମ୍ପାନୀ ଅଣେଦଖା କରୁଥିବା ସହ ଦରମା ଠିକ ସମୟରେ ମିଳୁନଥିବା ଅଭିଯୋଗ ଆଣି ସିକ୍ୟୁରିଟି ଗାର୍ଡମାନେ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଆନ୍ଦୋଳନକାରୀ ପରିଚାଳକଙ୍କୁ ୧୭ ଦଫା ଦାବୀ ପତ୍ର ପ୍ରଦାନ କରିଛନ୍ତି ।
ଝାରସୁଗୁଡ଼ା ଶାଖା ଅଧୀନରେ କାର୍ଯ୍ୟ କରୁଥିବା G4S ସିକ୍ୟୁରିଟି ଗାର୍ଡମାନେ ଆଜି ବେହେରାମାଲ ସ୍ଥିତ G4S ପରିଚାଳକଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ଏହି ଅବସରରେ ପରିଚାଳକଙ୍କୁ ୧୭ ଦଫା ଦାବୀ ପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ଅନୁସାରେ ଏହି ସିକ୍ୟୁରିଟି ସଂସ୍ଥାର କର୍ମଚାରୀ ମାନେ କରୋନା କଟକଣା ସମୟରେ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରିଥିଲେ ।