ଝାରସୁଗୁଡ଼ା: ପୋଲିସକୁ ସଫଳତା । ଚାକିରି ଦେବା ନାଁରେ ଲୋକଙ୍କୁ ଠକୁଥିବା ଏକ ବଡ ରାକେଟର ପର୍ଦ୍ଦାଫାସ କରିଛି ପୋଲିସ । ଦେଶରେ ହୁ ହୁ ହୋଇ ବଢି ଚାଲିଛି ବେକାରୀ ସମସ୍ୟା ଯାହାଫଳରେ ଦଲାଲମାନେ ଚାକିରିର ପ୍ରଲୋଭନ ଦେଖାଇ ଯୁବକଯୁବତୀ ଲକ୍ଷ ଲକ୍ଷ ଟଙ୍କା ନେଇ ଫେରାର ହେଉଛନ୍ତି । ଏଭଳି ଏକ A.K. Associates ନାମକ ଠକ ସଂସ୍ଥା ଝାରସୁଗୁଡ଼ାରେ ଏକ କାର୍ଯ୍ୟାଳୟ ଖୋଲି ଚାକିରି ଦେବା ନାଁରେ ଯୁବକ ଯୁବତୀମାନଙ୍କୁ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଥିଲା । ଏହା ଉପରେ ଚଢାଉ କରିଛି ମାଲକାନଗିରି ପୋଲିସ । A.K. Associates ଝାରସୁଗୁଡ଼ାର ବିଭିନ୍ନ ଅଞ୍ଚଳରେ ନିଜର କାର୍ଯ୍ୟାଳୟ ଖୋଲି ପିଲାଙ୍କୁ ଚାକିରି କରେଇ ଦେବା ନାଁରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୬୫ ପିଲାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିଲା କିନ୍ତୁ ସେମାନଙ୍କୁ ଚାକିରି ଦେଉ ନଥିଲା ।
ଏହି ଠକାମିର ଶିକାର ହୋଇଥିଲେ ମାଲକାନଗିରି ଜିଲ୍ଲାର ନିରଞ୍ଜନ ଖରା ନାମକ ଜଣେ ଯୁବକ । ସେ ଏହି ସଂସ୍ଥାକୁ ଚାକିରି ପାଇଁ ଟଙ୍କା ଦେଇଥିଲେ । କିନ୍ତୁ ଚାକିରି ପାଇନଥିଲେ ଏବଂ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଯାହାଫଳରେ ସେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ଭିତ୍ତିକରି ଏକ ମାମଲା ରିଜୁ କରି ଏକ ସ୍ବତନ୍ତ୍ର ଟିମ୍ ଗଠମ କରି ତଦନ୍ତ ଆରମ୍ଭ କରିଥିଲା । ଆଇଆଇସି ସ୍ବପ୍ନା ରାଣୀ ଗୋଛାୟତଙ୍କ ଅଧ୍ୟକ୍ଷତାରେ ଏକ ଟିମ ଝାରସୁଗୁଡ଼ା ଯାଇ ଉକ୍ତ ଠକ ସଂସ୍ଥା ଉପରେ ଚଢାଉ କରିଥିଲେ । ଏଥିରେ ସମ୍ପୃକ୍ତ ଥିବା ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ।