ଓଡିଶା

odisha

ETV Bharat / state

ସବୁଜ ହେବ ସୁବର୍ଣ୍ଣପୁର, ଆରମ୍ଭ ହେଲା ବୃକ୍ଷରୋପଣ ଅଭିଯାନ

ଦିନକୁ ଦିନ ବିଗିଡିବାରେ ଲାଗିଛି ବାୟୁର ଗୁଣବତ୍ତା । ନଷ୍ଟ ହେଉଛି ପରିବେଶ । ଏପରି ସ୍ଥିତିରେ ଜିଲ୍ଲାକୁ ଚିର ସବୁଜ ରଖିବା ପାଇଁ ଆରମ୍ଭ ହୋଇଛି ବୃକ୍ଷ ରୋପଣ ଅଭିଯାନ।

By

Published : Aug 25, 2019, 3:22 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଦିନକୁ ଦିନ ବିଗିଡିବାରେ ଲାଗିଛି ବାୟୁର ଗୁଣବତ୍ତା । ନଷ୍ଟ ହେଉଛି ପରିବେଶ । ଏପରି ସ୍ଥିତିରେ ଜିଲ୍ଲାକୁ ଚିର ସବୁଜ ରଖିବା ପାଇଁ ଆରମ୍ଭ ହୋଇଛି ବୃକ୍ଷ ରୋପଣ ଅଭିଯାନ। ଏନେଇ ରବିବାର ସହରର ଝାଙ୍କୀ ଟିକିରାଠାରେ ଅଭିଯାନର ଶୁଭାରମ୍ଭ ହୋଇଛି । ଏହି ଅବସରରେ ଜିଲ୍ଲାରେ ରୋପଣ କରାଯାଇଛି ଏକ ଲକ୍ଷ ଚାରା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ରବିବାର ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚ ନ୍ୟାୟାଳୟ ବିଚାରପତି ଜଷ୍ଟିସ ଚିତ୍ତ ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଥମେ ଚାରା ରୋପଣ କରିଥିଲେ । ଯୋଜନା ଅନୁଯାୟୀ ଜିଲ୍ଲା ସଦର ମହକୁମାଠାରୁ ଆରମ୍ଭ କରି ପ୍ରତିଟି ଗ୍ରାମ ପଞ୍ଚାୟତକୁ 1000ଟି ଲେଖାଏଁ ଚାରା ପୂର୍ବରୁ ପ୍ରଦାନ କରାଯାଇଥିଲା । ସେହିପରି ପ୍ରତିଟି ବିଦ୍ୟାଳୟ, ସ୍ବେଚ୍ଛାସେବୀ ସଙ୍ଗଠନ, ସରକାରୀ କାର୍ଯ୍ୟାଳୟ ଓ କ୍ଲବ ଆଦିକୁ ମଧ୍ୟ ଚାରା ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓକିଲ ସଂଘ ସମେତ ଜିଲ୍ଲାର ରାମପୁର, ବିନିକା, ତରଭା, ବୀରମହାରାଜପୁର ସଂଘର ଓକିଲମାନେ ମଧ୍ୟ ସାମିଲ ହୋଇଥିଲେ । ଜିଲ୍ଲାର ସମସ୍ତ ବିଚାରପତି, ଆଇନଜୀବୀ, ଛାତ୍ରଛାତ୍ର, ଶିକ୍ଷକ, ଅବିଭାବକଙ୍କ ସମେତ ଜିଲ୍ଲା ପ୍ରଶାସନର ସମସ୍ତ କର୍ମଚାରୀ ମଧ୍ୟ ସାମିଲ ହୋଇଥିଲେ । ବିଶେଷକରି ପ୍ରତିଟି ଗାଁର କୃଷକମାନେ ବେଶ୍‌ ଉତ୍ସାହର ସହ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ତେବେ ରବିବାର ପ୍ରବଳ ବର୍ଷା ସତ୍ତ୍ବେ ହଜାର ହଜାର ଜନସାଧାରଣ ଏହି ମହତ କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ । ଅନ୍ୟପଟେ ଲକ୍ଷେରୁ ଅଧିକ ଚାରା ରୋପଣ କରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏକ ନୂଆ ରେକର୍ଡ ସୃଷ୍ଟି କରିଛି ନିଶ୍ଚିତ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details