ଓଡିଶା

odisha

ETV Bharat / state

ଝାରସୁଗୁଡା ବିମାନବନ୍ଦରରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ବିମାନ ସେବା - ଝାରସୁଗୁଡ଼ା ବିମାନବନ୍ଦର

ଆସନ୍ତା ଜାନୁଆରୀ ୧୨ ତାରିଖରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ପ୍ରଥମ କରି ବିମାନ ଉଡ଼ାଣ ଭରିବ । ଅଧିକ ପଢନ୍ତୁ...

ଝାରସୁଗୁଡ଼ା ବିମାନବନ୍ଦରରୁ ମୁମ୍ବାଇ ଓ ବେଙ୍ଗଲୁରୁକୁ ବିମାନ ସେବା
ଝାରସୁଗୁଡ଼ା ବିମାନବନ୍ଦରରୁ ମୁମ୍ବାଇ ଓ ବେଙ୍ଗଲୁରୁକୁ ବିମାନ ସେବା

By

Published : Jan 1, 2021, 10:19 PM IST

ଝାରସୁଗୁଡ଼ା: ନୁଆ ବର୍ଷ ଆରମ୍ଭରୁ ଆସିଲା ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ପାଇଁ ଖୁସି ଖବର । ଆସନ୍ତା ଜାନୁଆରୀ ୧୨ ତାରିଖରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ପ୍ରଥମ କରି ବିମାନ ଉଡ଼ାଣ ଭରିବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ଓ ବୁକିଂ ମଧ୍ୟ ଆରମ୍ଭ ହୋଇଛି ବୋଲି ଝାରସୁଗୁଡ଼ା ବିମାନବନ୍ଦରର ଏପିଡି କିଶୋର କୁମାର ସେନାପତି ସୂଚନା ଦେଇଛନ୍ତି । ସ୍ପାଇସଜେଟର ବୋଇଙ୍ଗ ୭୩୭ ବିମାନସେବା ପାଇଁ ଅନୁମତି ମିଳିସାରିଛି ।

ଗତ ମାର୍ଚ୍ଚ ମାସରୁ ଲାଗୁ ହୋଇଥିବା କୋଭିଡି-୧୯ ଗାଇଡ୍‌ଲାଇନ୍ ଯୋଗୁଁ ଏହି ପ୍ରକ୍ରିୟା ଅଟକି ରହିଥିଲା । ବର୍ତ୍ତମାନ କଟକଣା କୋହଳ ହୋଇଥିବାରୁ ମୁମ୍ବାଇକୁ ବିଧିବଦ୍ଧ ଭାବେ ବିମାନ ଚଳାଚଳ ପାଇଁ ବିମାନବନ୍ଦର କର୍ତ୍ତୃପକ୍ଷ ପ୍ରକ୍ରିୟାକୁ ଆଗେଇ ନେଇଛନ୍ତି । ସେହିଭଳି ବର୍ତ୍ତମାନ ନୂଆଦିଲ୍ଲୀକୁ ଚାଲୁଥିବା ବିମାନରେ ସିଟ୍ ସଂଖ୍ୟା ବୃଦ୍ଧି କରାଯିବାକୁ ସେବାପ୍ରଦାନକାରୀ ସଂସ୍ଥାକୁ କୁହାଯାଇଥିବା ଜଣାପଡ଼ିଛି । ଝାରସୁଗୁଡା ଜିଲ୍ଲାରେ ବୀର ସୁରେନ୍ଦ୍ର ସାଏ ଝାରସୁଗୁଡା ବିମାନବନ୍ଦରର ଥିବାରୁ ବିମାନରେ ବ୍ରିଟେନରୁ ଫେରୁଥିବା ଯାତ୍ରୀଙ୍କ ଉପରେ ନଜର ରଖିବାକୁ ଝାରସୁଗୁଡା ଜିଲ୍ଲାପାଳଙ୍କୁ, ବିମାନବନ୍ଦର କତୃପକ୍ଷ , ମୁଖ୍ୟ ଡାକ୍ତରଖାନା କର୍ତୁପକ୍ଷଙ୍କୁ ସତର୍କ କରାଯାଇଛି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details