ଝାରସୁଗୁଡ଼ା: ଏଣିକି ସହଜ ହେବ ଝାରସୁଗୁଡ଼ାରୁ ଚେନ୍ନାଇ ଯାତ୍ରା। ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆଜି(ଶୁକ୍ରବାର) ଚେନ୍ନାଇକୁ ବିମାନ ସେବା ଶୁଭାରମ୍ଭ ହୋଇଛି । ଆଜି ଅପରାହ୍ନ 3ଟା 20ରେ ଚେନ୍ନାଇରୁ ପ୍ରଥମ ବିମାନ ଝାରସୁଗୁଡାରେ ଓହ୍ଲାଇଛି। ଏଥିରେ ମୋଟ 84 ଜଣ ଯାତ୍ରୀ ଚେନ୍ନାଇରୁ ଝାରସୁଗୁଡ଼ାକୁ ଯାତ୍ରା କରିଛନ୍ତି।
ଏହାପରେ ଅପରାହ୍ନ 3ଟା 50 ସମୟରେ ଏସ ବଗି ବିମାନ ଝାରସୁଗୁଡ଼ାରୁ ଚେନ୍ନାଇକୁ ଯାତ୍ରା କରିଥିଲା। ଏଥିରେ 93ଜଣ ଯାତ୍ରୀ ଚେନ୍ନାଇ ଯାଇଛନ୍ତି। ଆଗକୁ ଏହି ବିମାନ ଅପରାହ୍ନ 3ଟାରେ ଝାରସୁଗୁଡ଼ାରେ ପହଞ୍ଚିବ ଓ 3ଟା 30ରେ ପୁନଃ ଚେନ୍ନାଇ ଅଭିମୁଖେ ଯାତ୍ରା କରିବ । ସ୍ପାଇସଜେଟ ପକ୍ଷରୁ ଏହି ବିମାନ ସେବା ଆରମ୍ଭ ହୋଇଛି।