ଓଡିଶା

odisha

ETV Bharat / state

ଆଜିଠୁ ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଉଡ଼ିଲା ବିମାନ - ଆଜିଠୁ ଝାରସୁଗୁଡ଼ାରୁ ମୁମ୍ବାଇ,ବେଙ୍ଗାଲୁରୁକୁ ଉଡ଼ିଲା ବିମାନ

ଆଜିଠୁ ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଉଡ଼ିଲା ବିମାନ । ମୁମ୍ବାଇରୁ ପ୍ରଥମ ବିମାନ ୭୩ ଜଣ ଯାତ୍ରୀଙ୍କୁ ଧରି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଅବତରଣ କରିଛି । ଅଧିକ ପଢନ୍ତୁ...

flight service started from jharsuguda to mumbai and bangalore
ଆଜିଠୁ ଝାରସୁଗୁଡ଼ାରୁ ମୁମ୍ବାଇ,ବେଙ୍ଗାଲୁରୁକୁ ଉଡ଼ିଲା ବିମାନ

By

Published : Jan 12, 2021, 6:39 PM IST

ଝାରସୁଗୁଡା: ଆଜିଠୁ ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଉଡ଼ିଲା ବିମାନ । ମୁମ୍ବାଇରୁ ପ୍ରଥମ ବିମାନ ୭୩ ଜଣ ଯାତ୍ରୀଙ୍କୁ ଧରି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଅବତରଣ କରିଛି ।ଏହି ବହୁ ପ୍ରତିକ୍ଷିତ ବିମାନ ସେବା ଆରମ୍ଭ ହେଉଥିବାରୁ ପଶ୍ଚିମ ଓଡିଶାରେ ଖୁସିର ଲହରୀ ଖେଳି ଯାଇଛି ।

ଆଜିଠୁ ଝାରସୁଗୁଡ଼ାରୁ ମୁମ୍ବାଇ,ବେଙ୍ଗାଲୁରୁକୁ ଉଡ଼ିଲା ବିମାନ

ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରକୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ବିମାନ ମଙ୍ଗଳବାର ମୁମ୍ବାଇରୁ ଉଡାଣ ଭରି ଦିନ ସାଢେ ୧୨ଟାରେ ଝାରସୁଗୁଡାରେ ପହଞ୍ଚିଛି । ୧୮୯ ସିଟ୍ ବିଶିଷ୍ଟ ସ୍ପାଇସ୍ ଜେଟର ୭୩୭ ବୋଇଂ ବିମାନ ୭୩ ଜଣ ଯାତ୍ରୀ ଝାରସୁଗୁଡାରେ ପହଞ୍ଚିବା ପରେ ବିମାନବନ୍ଦର ଠାରେ ଯାତ୍ରୀମାନଙ୍କୁ ସ୍ବାଗତ କରାଯାଇଥିଲା । ଝାରସୁଗୁଡରୁ ବେଙ୍ଗାଲୁରୁକୁ ୧୬୨ ଜଣ ଯାତ୍ରୀଙ୍କୁ ନେଇ ପ୍ରଥମ ଉଡାଣ ଭରିଛି । ସେହିପରି ସନ୍ଧ୍ୟା ୫ଟା ୪୦ମିନିଟରେ ବେଙ୍ଗାଲୁରୁରୁ ୧୦୭ ଜଣ ଯାତ୍ରୀଙ୍କ ଆଣି ଝାରସୁଗୁଡାରେ ପହଞ୍ଚିବା ପରେ ମୁମ୍ବାଇକୁ ୯୪ ଯାତ୍ରୀ ନେଇ ପ୍ରଥମ ଉଡାଣ କରିଛି । ଏହି ଦୁଇଟି ବଡ଼ ସହରକୁ ବିମାନ ସେବା ସ୍ପାଇସ ଜେଟ କମ୍ପାନୀ ଯୋଗାଇବ ।

ଅର୍ଥନୀତି ରାଜଧାନୀ ମୁମ୍ବାଇ ଓ ଆଇଟିର ରାଜଧାନୀ ବୋଲାଉଥିବା ବେଙ୍ଗାଲୁରୁକୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ସେବା ଯୋଗାଇ ଦେବ ସ୍ପାଇସ ଜେଟ ଏୟାରଳାଇନ୍ସ । ସପ୍ତାହରେ ୪ ଦିନ ଉଡାଣ ଭରିବ ଏହି ସ୍ପାଇସ୍ ଜେଟ୍ ୭୩୭ ବୋଇଂ ବିମାନ । ମଙ୍ଗଳବାର ଗୁରୁବାର, ଶନିବାର ଓ ରବିବାର ଦିନ ମୁମ୍ବାଇରୁ ଝାରସୁଗୁଡା ହୋଇ ବେଙ୍ଗାଲୁରୁକୁ ଓ ବେଙ୍ଗାଲୁରୁରୁ ଝାରସୁଗୁଡା ହୋଇ ମୁମ୍ବାଇକୁ ବିମାନ ଚଳାଚଳ କରିବ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details